ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପରିସରରେ ଦୀର୍ଘସ୍ଥାୟୀ ବିକାଶ ଯୋଜନାକୁ ନେଇ ଚାରି ଦିନିଆ ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି। ଏହି ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମେହେର ଉଦଘାଟନ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ବିରେନ୍ଦ୍ର ହୋତା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ତାଲିମ ଦାତା ରୂପେ ଯୋଗ ଦେଇଥିଲେ।
ଏହି ତାଲିମ ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ସକାଳ ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଓ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୩୦ ଯାଏ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତ ରୁ ସରପଞ୍ଚ, ପିଇଓ, ଜିଆରଏସ, ଜଣେ ଆଶା କର୍ମୀ, ଜଣେ ଅଙ୍ଗନୱାଡ଼ି କର୍ମୀ, ୩ ଜଣ ୱାର୍ଡ ମେମ୍ବର, ଏମ୍ ବି ସି,ଏସ ଇ ଏମ୍ ଓ ବ୍ୟାଙ୍କ୍ ମିତ୍ର ଆଦି ୧୦ ଜଣ ଲେଖାଏଁ ୬ଟି ପଞ୍ଚାୟତରୁ ୬୦ ଜଣ ଲେଖାଏଁ ତାଲିମ ନେଇଥିଲେ।



