ଫୁଲବାଣୀ: ଜିଲ୍ଲାରେ ଉତ୍ତମ ରୋଗୀ ସେବା ଯୋଗାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବାରିକୁମ୍ପା ପିଏଚସି ଏବଂ ଗୋଛପଡା ପିଏଚସିକୁ ଜାତୀୟ ଗୁଣାତ୍ମକ ମାନକ ସେବା ପାଇଁ ଭାରତ ସରକାର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରୀୟ ଗୁଣବତ୍ତା କମିଟି ଦ୍ବାରା ପୁରସ୍କୃତ କରାଯାଇଥିଲା। ତାଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ର କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଥିବା ସ୍ଵାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକ୍ରମରେ ବାରିକୁମ୍ପା ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ପୀୟୂଷ ମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି। ପୁରସ୍କାର ପ୍ରଦାନ ବେଳେ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିମାଇଁ ଚରଣ ବିଶି ଏବଂ ଫାର୍ମାସିଷ୍ଟ ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



