ଫୁଲବାଣୀ: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାର ଉଦଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶତପଥୀ, ଶୈକ୍ଷିକ କମିଟିର ସଦସ୍ୟ ଶିବାଜୀ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମୁଖ୍ୟ ଅତିଥି ଦେବୀ ପ୍ରସାଦ ଶତପଥୀ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଶୋକ କୁମାର ମିଶ୍ର (ବି.ଇ.ଓ, ଫିରିଙ୍ଗିଆ ବ୍ଲକ), ସଭାପତି ବ୍ରଜବନ୍ଧୁ ମଲ୍ଲିକ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଶୈକ୍ଷିକ କମିଟିର ସଭାପତି ବାସୁଦେବ ପ୍ରହରାଜ, ଶୈକ୍ଷିକ କମିଟିର ସମ୍ପାଦକ କୁନୁ ଭୋଇ, ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୯୨ଟି ପ୍ରକଳ୍ପରେ ଶିଶୁ ଅଂଶ ଗ୍ରହଣ କରିଥିଲେ।
Popular Categories



