ପାଟଣା: ପାଟଣା ବ୍ଲକ ମାଆ ତାରିଣୀ ପାଲାକାର ପରିଷଦ ର ଏକ ସାଙ୍ଗଠନିକ ବୈଠକ ପାଟଣା ଅଧିନସ୍ଥ ଆଖଣ୍ଡଳମଣି ମଠ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମଣ୍ଡଳ ସଭାପତି ମଧୁସୂଦନ ବାରିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥିଭାବେ ନୀଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦର ଜିଲ୍ଲା ସଭାପତି ଡ଼ଃ ଧୀରେନ କୁମାର ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଗଠନ ସମ୍ପାଦକ ରମାକାନ୍ତ ପାତ୍ର ଯୋଗଦେଇ ପରସ୍ପର ମଧ୍ୟରେ ଭେଦଭାବ ଭୁଲି ପାଲା କାର ମାନେ ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ପାଟଣା ମଣ୍ଡଳର ସମ୍ପାଦକ ଶଶୀଭୂଷଣ ମହାନ୍ତ, ଗାୟକ ପଞ୍ଚାନନ ବାରିକ, ଲିଙ୍ଗରାଜ ମହାନ୍ତ , ନୃପତିକେଶରୀ ମହାନ୍ତ, ବେଣୁଧର ନାଏକ, ଅଭିରାମ ମୁଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Popular Categories



