www.samajalive.in
Sunday, December 14, 2025
23.1 C
Bhubaneswar

ଚନ୍ଦନ ଗଛ କାଟି ଚୋରି କରୁଥିବା ବେଳେ ତିନିଜଣ ତସ୍କରକୁ ଧରିଲେ ଗ୍ରାମବାସୀ

ଚାନ୍ଦିପୁଟ: ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ ର ରାଜପୁର ଜଙ୍ଗଲ ରେ ବାଲିପଙ୍କ ଗ୍ରାମର ତିନି ଦୁର୍ବୁତ୍ତ ଚନ୍ଦନ ଗଛ କାଟୁଥିବା ବେଳେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ତିନିଜଣଙ୍କୁ କାବୁ କରି ଧରିବାରେ ସଫଳ ହୋଇଥିଲେ। ତାଙ୍କ ଠାରୁ ଗଛକଟା ଛୋଟ କରତ, ବ୍ୟବହୃତ ଗୋଟିଏ ବାଇକ ସହ କାଟି ନେଉଥିବା ଚନ୍ଦନ ଗଛକୁ ବରାମତ କରିବା ଗ୍ରାମରେ ଅଟକ ରଖି ବନବିଭାଗକୁ ଖବର ଦେଇଥିଲେ। ହେଲେ ବନବିଭାଗ ପହଞ୍ଚିବା ପୁର୍ବରୁ ମୋହନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାତ୍ର ସମୟରେ ରାଜପୁର ଗ୍ରାମରେ ପହଞ୍ଚି ତିନିଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲେ। ତିନି ଜଣଙ୍କ ବିରୁଦ୍ଧରେ କୋୖଣସି ଲିଖିତ ଭାବେ ଅଭିଯୋଗ ଆସିନଥିବା ହେତୁ ପୋଲିସ କୁଆଡେ ଛାଡିଦେଉଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏହା ପରେ ଗ୍ରାମବାସୀ ଉଭୟ ଉପରିସ୍ଥ ପୋଲିସ ଅଧିକାରୀ ଓ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ। ବର୍ତମାନ ସୁଦ୍ଧା ତିନି ଜଣ ଯୁବକ ଥାନା ଅଟକ ଥିବା ବେଳେ ତଦନ୍ତ ଜାରି ରହିଛି ଏବଂ ବନବିଭାଗକୁ ଏହି କେସ ହସ୍ତାନ୍ତର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳର ଚାନ୍ଦିପୁଟ ବନପରିସର ରେ ଥିବା ରାଜପୁର ଗ୍ରାମ୍ୟ ଜଙ୍ଗଲରେ କେଉଁ ଆବାହମାନ କାଳରୁ ଗଛିତ ଚନ୍ଦନ ବଣରେ ଥିବା ଚନ୍ଦନ ଗଛକୁ ଗ୍ରାମବାସୀ ରକ୍ଷଣାବେକ୍ଷଣ କରିଆସୁଥିବା ବେଳେ ବନବିଭାଗ ପକ୍ଷରୁ ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯାଇ ସୁରକ୍ଷା ଦାୟିତ୍ବରେ ଗ୍ରାମବାସୀ ପୂର୍ବରୁ ଅନେକ ଥର ଏଭଳି ଚନ୍ଦନ ଗଛ ଚୋରି ସମୟରେ ଗ୍ରାମବାସୀ ଧରି ବନବିଭାଗ ହାତରେ ଦେଇଥିଲେ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପୁଣି କିଛି ବର୍ଷ ହେଲା ସକ୍ରିୟ ହୋଇ ପଡିଛନ୍ତି ଚନ୍ଦନ ତସ୍କର । ଫଳରେ ଗତ ପାଞ୍ଚ ବର୍ଷ ଅପେକ୍ଷା ବର୍ତ୍ତମାନ କେବଳ ହାତଗଣତି ଚନ୍ଦନ ଗଛ ରହିଛି। ତେବେ ଚନ୍ଦନ ଗଛ କାଟି ନେଉଥିବା ଚୋରଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜପୁର ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଅଦ୍ୟାବଧି ଘଟଣା ସମ୍ପର୍କରେ ବନବିଭାଗ ପାଖକୁ କୌଣସି ସୂଚନା ଆସିନାହିଁ, ଜଣାପଡିଲେ ଦୋଷୀ ବିରୋଧରେ ବିହୀତ ପଦକ୍ଷେପ ନେବେ ବୋଲି କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories