ସମ୍ବଲପୁର: ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତା ପତ୍ରୀଙ୍କ ସଭାପତିତ୍ବରେ ଓଡ଼ିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଚନ୍ଦ୍ର ଶେଖର ବେହେରାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ ବରିଷ୍ଠ ସଦସ୍ୟ ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ଡକ୍ଟର ପରେଶ ଚନ୍ଦ୍ର ଦାନୀ ଏବଂ ରାମାନୁଜ ପଣ୍ଡା ଯୋଗଦାନ କରି ଚନ୍ଦ୍ର ଶେଖର ବେହେରାଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ,ଓଡ଼ିଆ ଭାଷା ଆନ୍ଦୋଳନରେ ତାଙ୍କର ଯୋଗଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନରେ ତାଙ୍କର ସହଯୋଗ ଆଦି ଅନେକ କ୍ଷେତ୍ରରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ୟ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ମଞ୍ଚାସୀନ ଥିଲେ। ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ, ଦେବଶ୍ରୀ ଦେହୁରୀ, ସୁଜିତ ନାରାୟଣ ନାଏକ, ହିମାଂଶୁ ପ୍ରଧାନ, ସତ୍ୟ ନାରାୟଣ ବାଗ୍ ପ୍ରମୁଖ ସହଯୋଗ କରିଥିଲେ।
Popular Categories



