www.samajalive.in
Sunday, December 14, 2025
26.1 C
Bhubaneswar

୧୩ ଗ୍ରାମ ଧଳା ଜହର ସହିତ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବାରମ୍ବାର ନିଶା ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରୀ ଏଜେନ୍ସି ମାନେ ଉଦ୍ୟମ କରୁଥିବା ବେଳେ କିନ୍ତୁ ଏହା ଉପରେ ଲଗାମ ଲଗାଯାଇ ପାରୁ ନାହିଁ। ଶନିବାର ଧନୁପାଲି ଥାନା ଅର୍ନ୍ତଗତ ସୁନାପାଲି ଅଞ୍ଚଳରୁ ଅବକାରୀ ଦଳର ଏକ ସ୍ୱତନ୍ତ୍ର ଦଳ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କୁ ୧୩ ଗ୍ରାମର ଧଳା ଜହର ସହିତ ଗିରଫ କରିଛି। ଅବକାରୀ ଦଳ ପକ୍ଷରୁ ଦିଆଯାଇଥିବା ସୂଚନାନୂଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ଦଳ ଅଚାନକ ଶନିବାର ପୂର୍ବାହ୍ନରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସୁନାପାଲି ଗୌନ୍ତିଆପଡ଼ା ନିବାସୀ ମହମ୍ମଦ ଚାନ୍ଦ (୨୬) ଙ୍କୁ ଗିରଫ କରିବା ସହିତ ତା ନିକଟରୁ ଏହି ଧଳା ଜହର ଜବତ କରାଯାଇଥିଲା। ଧରାପଡ଼ିଥିବା ଧଳା ଜହରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କାରୁ ଅଧିକ ହେବ। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ବିଗତ ମେ ୫ ତାରିଖରେ ସୁନାପାଲି ଅଞ୍ଚଳରୁ ୧୯ ଗ୍ରାମ ଧଳା ଜହର ଓ ୧୨୫ଟି ନିଶା କଫ ସିରଫ ସହିତ ଜଣେ ଅଭିଯୁକ୍ତ ଏବଂ ମେ ୨୦ ତାରିଖରେ ସୁନାପାଲି ଅଞ୍ଚଳରୁ ୨ ଜଣ ଅଭିଯୁକ୍ତଙ୍କ ସମେତ ୧୨ ଗ୍ରାମ ଧଳା ଜହର, ୧୦୦ଟି ନିଶା ବଟିକା ଓ ସ୍କୁଟି ଜବତ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସୁନାପାଲି ଅଞ୍ଚଳରେ ବିଭିନ୍ନ ପ୍ରକାରର ଅପରାଧିକ ଗତିବିଧି ନିୟମିତ ଜାରି ରହିଥିବା ବେଳେ ମଝିରେ ମଝିରେ ଅବାକରୀ ବିଭାଗ ଚମଉ କରୁଥିବା ଏବଂ ସଫଳତା ପାଉଥିବା ବେଳେ ପୁଲିସର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories