www.samajalive.in
Sunday, December 14, 2025
26.1 C
Bhubaneswar

ଓଜେୟୁ ପକ୍ଷରୁ ୫-ଟି ସଚିବଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ

ସମ୍ବଲପୁର: ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି. କେ. ପାଣ୍ଡିଆନ ଙ୍କୁ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଗୋପବନ୍ଧୁ କାର୍ୟ୍ୟରତ ସାମ୍ବାଦିକ ବୀମା ରାଶି ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହ ବେଳେ ସାମ୍ବାଦିକମାନଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ୟ୍ୟାବଳୀ (ଏସ.ଓ.ପି) ଜାରି କରିବା ଏବଂ ଏନେଇ ସାମ୍ବାଦିକମାନଙ୍କୁ ପର୍ୟ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା ଦାବି ଗୁଡିକ ପ୍ରତି ରାଜ୍ୟ ସରକାର ବିଚାର କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ୫ଟି ସଚିବଙ୍କ ଦ୍ୱାରା ସ୍ଥାନୀୟ ମନ୍ଦଲିଆ ପଡିଆରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ଶିବିରରେ ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ରାଜାରାମ ଷଡ଼ଙ୍ଗୀ, ଲଳିତ ଶର୍ମା, ଗୁଣମଣୀ ବିଶ୍ୱାଳ, ଅମଳେନ୍ଦୁ ନାୟକ, ସୁବ୍ରତ ମିଶ୍ର, ବାଦସାହା ଜୁସମନ ରାଣା, ମାନସ ସାହୁ, ସୁରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories