ପାଟଣା: ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଚାରାରୋପଣ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ‘ସମାଜ’ ପକ୍ଷରୁ ପାଟଣା ପ୍ରେସ କ୍ଲବ ଓ ପାଟଣା ବନ ବିଭାଗର ମିଳିତ ସହଯୋଗରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ସମାଜ ପ୍ରତିନିଧି ନୃସିଂହ ନାଥ ସିଂହଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଓ ବିତର୍କ ଚିରଞ୍ଜିବୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିନତୀ ବାନରା, ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରକାଶ କୁମାର ରାୟ ଓ ବିଜୟ କୁମାର ଓଝା, ପାଟଣା ବନପାଳ ପିଅନ ନାଏକ, ମିଶନ ଶକ୍ତି ବିପିଏମ ମନୋରଞ୍ଜନ ମହାପାତ୍ର, ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, ପାଟଣା ମହାବିଦ୍ୟାଳୟ କ୍ରୀଡା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ, କର୍ମଚାରୀ ଭୂତ ମହାନ୍ତ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତ, ସହକାରୀ ଶିକ୍ଷକ କମଳାକାନ୍ତ ପତି, ପ୍ରକାଶ ମିଶ୍ର , ଯୁଗଜ୍ୟୋତି ମହାନ୍ତ, ମାଧବାନନ୍ଦ ମହାନ୍ତ, ମନସ୍ମିତା ମିଶ୍ର, ସସ୍ମିତା ନାୟକଙ୍କ ସହ ପାଟଣା ପ୍ରେସ କ୍ଲବର ସଭାପତି କିଶୋରଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି, ସାମ୍ବାଦିକ ସର୍ବଶ୍ରୀ କାମିନୀକାନ୍ତ ଦ୍ବିବେଦୀ, ପାର୍ଥସାରଥୀ ପାତ୍ର, ବିଜୟ କୁମାର କାରୁଆ ଓ ରବୀନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ବନ ବିଭାଗର ସଞ୍ଜୟ କୁମାର ମହାନ୍ତ, ତ୍ରିଲୋଚନ ମହାନ୍ତ ଓ ଝାଡେଶ୍ୱର ମହାନ୍ତ ଚାରାରୋପଣରେ ସହଯୋଗ କରିଥିଲେ।
Popular Categories



