ପାଟଣା: ପାଟଣା ବ୍ଲକ ସଭାଗୃହରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ଅଧ୍ୟକ୍ଷତାରେ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସାମାଜିକ ସମୀକ୍ଷକ ଚନ୍ଦନ ଅମୃତାୟନ ଆଇଚ ଯୋଜନାର ସମୀକ୍ଷା କରିଥିଲେ। ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାୟକ, ବିଡ଼ିଓ ଶିବଶଙ୍କର ମୁର୍ମୁ, ସହକାରୀ ନିର୍ଵାହି ଯନ୍ତ୍ରୀ ଇଂ ସିଦ୍ଧ ମାଝୀ, ଏପିଓ ଦୀପକ ବେହେରା, ବ୍ଲକ ସାମାଜିକ ସମୀକ୍ଷକ କଳ୍ପନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୨ ଲକ୍ଷ ୬ ହଜାର ୫୨୭ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଓ ୧୭୪୮ଟି ପ୍ରକଳ୍ପ ପାଇଁ ୩୧ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ଦିଆଯାଇଥିଲା।
Popular Categories



