www.samajalive.in
Sunday, December 14, 2025
14.1 C
Bhubaneswar

ଶିଶୁ ସୁରକ୍ଷା ଆଲୋଚନା ଚକ୍ର

ପାଟଣା: ପାଟଣା ବ୍ଲକର ସଭାଗୃହ ଠାରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ସେବା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ ଏହାକୁ ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମରୋଜଗାର ସେବକ ମାନେ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏହା ଆୟୋଜନ ହୋଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ୟୁନିଟର ଆଉଟ ରିଚ୍ କର୍ମଚାରୀ ଝରଣା ଦାଶ ଉପସ୍ଥିତ ରହି ଶିଶୁମାନଙ୍କର ବିଭିନ୍ନ ଅଧିକାର, ବାଲ୍ୟବିବାହ ମୁକ୍ତ, ଶିଶୁ ଶ୍ରମିକ ଓ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା କମିଟି ଉପରେ ଧାରଣା ଦେଇଥିଲେ। ଏହା ସହିତ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡର ଭୂମିକା ଉପରେ ଗୁରୁତ୍ବ ଦେବା ସହ ଟୋଲ ଫ୍ରୀ ନମ୍ବର -୧୦୯୮ ବିଷୟରେ ଜଣାଇଥିଲେ। ନିଜ ଅଞ୍ଚଳରେ କିପରି ଶିଶୁ ମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିପାରିବା ତାହା ଉପରେ ଆଲୋଚନା ହୋଇଥିଲା ବେଳେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କର ଭୂମିକା ଉପରେ ବିସ୍ତୃତ ଅଲୋଚନା କରାଯାଇଥିଲା। ଜିଲ୍ଲାର ଶିଶୁ ସୁରକ୍ଷା କ୍ଷେତ୍ରରେ ଏ ପ୍ରକାର ଅଭିନବ ପ୍ରୟାସକୁ ବିଧାୟକ ଶ୍ରୀ ନାଏକ ପ୍ରଶଂସା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories