ପାଟଣା: ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୨୭ ତାରିଖରେ ଭୋପାଳ ଠାରେ ଅନୁଷ୍ଠିତ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କେନ୍ଦୁଝର ଲୋକସଭା ଅଞ୍ଚଳର ଏକ ସ୍ବତନ୍ତ୍ର ପ୍ରତିନିଧି ଦଳକୁ କେନ୍ଦ୍ର ପକ୍ଷରୁ ମନୋନୀତ କରାଯାଇଛି। ଭୋପାଳରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ୧୦ ଲକ୍ଷ ବୁଥର କାର୍ଯ୍ୟକର୍ତ୍ତାଙ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ।
କେନ୍ଦୁଝର ଲୋକସଭା କ୍ଷେତ୍ରର କେନ୍ଦୁଝର ଜିଲ୍ଲା ସମ୍ପାଦିକା ଯଶଶ୍ଵିନୀ ବଳ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ଜିଲ୍ଲା ବିଜେପି ଉପ ସଭାପତି ଦେଵ ପ୍ରସାଦ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ବାରିକ୍, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ଗୁମୁରା ମଣ୍ଡଳ ସଭାପତି ସୁନିଲ୍ ମହାନ୍ତ, ହରିଚନ୍ଦନପୁର ମଣ୍ଡଳ ସାଧାରଣ ସମ୍ପାଦକ ସୁଶାନ୍ତ ମହାନ୍ତ, ଯୋଡ଼ା ମଣ୍ଡଳ ସାଧାରଣ ସମ୍ପାଦକ ପାର୍ଥ ସାରଥୀ ଷଡ଼ଙ୍ଗୀ ଆଜି ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।



