www.samajalive.in
Monday, December 15, 2025
17.1 C
Bhubaneswar

୬୯ ତମ ଓଡିଶା ରାଜ୍ୟ ଆଥେଲେଟିକ୍ ମିଟ୍‌ରେ ଦେବଗଡର ପ୍ରତିଯୋଗୀଙ୍କୁ ସଫଳତା

ଦେବଗଡ଼ :ଭୁବେନଶ୍ୱର ସ୍ଥିତ କିଟ୍-କିସ୍ ପରିସରରେ ଚାଲିଥିବା ୬୯ ତମ ଓଡିଶା ରାଜ୍ୟ ଆଥେଲେଟେିକ ମିଟରେ ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗ ପାଦଚଲା ପ୍ରତିଯୋଗିତାରେ ଦେବଗଡ ଜିଲାର ପ୍ରତିଯୋଗୀ ମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦ ବର୍ଷରୁ କମ ବାଳିକା ବର୍ଗ ୧୦ ହଜାର ମିଟର ପାଦଚଲା ପ୍ରତିଯୋଗିତାରେ ଦେବଗଡର ତିଶା ବାରିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଅନୁରୂପ ଭାବେ ୧୮ ବର୍ଷରୁ କମ ବାଳିକା ବର୍ଗ ୫ ହଜାର ମିଟର ପାଦଚଲା ପ୍ରତିଯୋଗିତାରେ ନିଶା ବାରିକ ପ୍ରଥମ ସ୍ତାନ ଅଧିକାର କରିଛନ୍ତି। ସେହିପରି ୧୮ ବର୍ଷରୁ କମ ବାଳକ ବର୍ଗ ୧୦ ହଜାର ମିଟର ପାଦଚଲା ପ୍ରତିଯୋଗିତାରେ ଜିତ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୬ ବର୍ଷରୁ କମ ବାଳିକା ବର୍ଗ ୩ ହଜାର ମିଟର ପାଦଚଲା ପ୍ରତିଯୋଗିତାରେ ରିତ ବାରିକ ପ୍ରଥମ ସ୍ଥାନ ଅଧିକାର କରି ଦେବଗଡ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦ ବର୍ଷରୁ କମ ବାଳକ ବର୍ଗ ୧୦ ହଜାର ମିଟର ପାଦଚଲା ପ୍ରତିଯୋଗିତାରେ ସାଇ ସ୍ପନ୍ଦନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ପ୍ରତିଯୋଗୀ ମାନଙ୍କର ଏଭଳି ସଫଳତା ପାଇଁ ସେମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ସଫଳତା ପାଇଥିବା ଉପରୋକ୍ତ ସମସ୍ତ ପ୍ରତିଯୋଗୀ ଦେବଗଡ ପୌରାଞ୍ଚଳବଣିଅଁସାହିର ବାସୀନ୍ଦା ଏବଂ ସମ୍ପର୍କରେ ଭାଇ ଭଉଣୀ ଅଟନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories