ଗୁରୁଡ଼ିଝାଟିଆ: ଲୁହଲହୁ ଢାଳି ଭବିଷ୍ୟତକୁ ଦୃଷ୍ଟିରେ ରଖି ଖୁଣ୍ଟୁଣୀ ଅଞ୍ଚଳର ଜନସାଧାରଣ ସାହାରା ଇଣ୍ଡିଆ ସଂସ୍ଥାରେ ଅର୍ଥ ଜମା କରିଥିଲେ। ଏହା ଭିତରେ ଅବଧି ମଧ୍ୟ ପୁରଣ ହୋଇଗଲାଣି। ହେଲେ ଜମାରାଶିି ମିଳିପାରୁନାହିଁ। ଖୁଣ୍ଟୁଣୀ ଠାରେ ଥିବା ଶାଖା କାର୍ଯ୍ୟାଳୟକୁ ଗଲେ କର୍ତ୍ତୃପକ୍ଷ ଆଜିକାଲି କହି ଦିନ ଗଡ଼ାଉଛନ୍ତି। ବିଶେଷ ସୁତ୍ରରୁ ଖବର ପାଇ କାର୍ଯ୍ୟାଳୟ ପକ୍ଷରୁ ସାହାରା ଇଣ୍ଡିଆ ର ମୁଖ୍ୟଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ଏ ସଂପର୍କରେ କ୍ଷତିଗ୍ରସ୍ତ ଜମାକାରୀ ସଂଘ ଜାଣିବା ପରେ ଉତକ୍ଷିପ୍ତ ହୋଇପଡ଼ିଥିଲେ। କାର୍ଯ୍ୟାଳୟ କର୍ମଚାରୀଙ୍କୁ ଘେରାଉ କରିଥିଲେ ଏବଂ ପ୍ରତିବାଦ ସ୍ୱରୂପ ଆଜିର ଦିନକୁ କଳା ଦିବସ ରୂପେ ପାଳନ କରିଥିଲେ। ଯୁବ ସଂଗଠକ ନୃସିଂହ ଚରଣ ସାହୁ, ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ପହଞ୍ଚି ଆଲୋଚନା କରିବା ପରେ କାର୍ଯ୍ୟାଳୟ ଘେରାଉରୁ କ୍ଷତିଗ୍ରସ୍ତ ଜମାକାରୀ ସଂଘ ନିବୃତ୍ତ ହୋଇଥିଲେ।
Popular Categories



