www.samajalive.in
Monday, December 15, 2025
15.1 C
Bhubaneswar

ଗଞ୍ଜେଇ ସହ ଇନୋଭା କାର ଓ ବାଇକ ଜବତ, ୩ ଗିରଫ

ମ.ରାମପୁର : ଭବାନୀପାଟଣା, ମ.ରାମପୁରଓ ନର୍ଲା ଅବକାରୀ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ପାଜିବାହାଲି ଛକ ଓ ଶ୍ରୀପାଲି ଗାଁ ନିକଟରେ ଗଞ୍ଜେଇ ଭର୍ତ୍ତି ଏକ ଇନୋଭା କାର ଓ ଏକ ବାଇକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ପାରି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଉଭୟ ଇନୋଭା କାର ଓ ବାଇକରୁ ୧୨୫କେଜି ଗଞ୍ଜେଇ ଜବତ କରିଥିଲେ।

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ୩ ଜଣକ ମଧ୍ୟରୁ ଜଣେ ଛତିଶଗଡ ଅଞ୍ଚଳର ନରେନ୍ଦ୍ର ନେତମ ଓ ଅନ୍ୟ ଦୁଇ ଜଣ ହେଲେ ମ. ରାମପୁର ବ୍ଳକର ମାଣିକେରା ପଞ୍ଚାୟତର ସୁଲେସୁର ଗାଁର ଟଙ୍କଧର ପାତ୍ର ଓ ବିମଳ ଭୋଇ। ଗଞ୍ଜେଇ ମୋହନଗିରି ଠାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢାଉରେ ଭବାନୀପାଟଣା ସଦର ଏକସାଇଜ ଇନିସପେକ୍ଟର ସୁଶାନ୍ତ ପ୍ରଧାନ, ମ.ରାମପୁର ଇନିସପେକ୍ଟର ଦେବାଶିଷ ସିରଦର ଓ ନର୍ଲା ଇନିସପେକଟର ପ୍ରଶାନ୍ତି ସ୍ଵାଇଁ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories