କାଳବୈଶାଖୀରେ ଉଡିଗଲା ଟିଣ ଛପର ଘର, ବର୍ଷା ପାଣିରେ ଭିଜିଲା ଖାଦ୍ୟଶସ୍ୟ

ମୋହନା: କାଳବୈଶାଖୀର ତାଣ୍ଡବରେ ଉଡ଼ିଗଲା ଟିଣଛପର ଘର। ରହିବାକୁ ଘର ନାହିଁ। ଖାଇବାକୁ ଖାଦ୍ୟ ନାହିଁ। ଚିନ୍ତାରେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ଢ଼େପାଗୁଡ଼ା ପଞ୍ଚାୟତ ଅଧିନ ଗୋଠକେଳି ଗ୍ରାମରେ। ଘର ମାଲିକ ବିପ୍ର ମଲିକଙ୍କ ଘରଟି କାଳବୈଶାଖୀରେ ଟିଣଗୁଡିକୁ ପବନ ଉଡେଇ ନେଇଛି। ଘରେ ରଖିଥିବା ଖାଦ୍ୟଶସ୍ୟ ବର୍ଷା ପାଣିରେ ସବୁ ଓଦା ହୋଇଯାଇଛି। ରହିବା ପାଇଁ ଘର ନ ଥିବାରୁ ଗାଁ କୋଠାଘରେ ଆଶ୍ରୟ ନେଇଛନ୍ତି ବିପ୍ର ମଲିକ। ଖାଇବା ପାଇଁ କିଛି ନଥିବାରୁ ବିପ୍ର ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନେଇ ଚିନ୍ତାରେ। ବିପ୍ର ଜଣେ ଗରୀବ ଦିନ ମଜୁରିଆ ହୋଇଥିବାରୁ ପ୍ରଶାସନ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.