www.samajalive.in
Monday, December 15, 2025
15.1 C
Bhubaneswar

କ୍ରିକେଟ ଖେଳରେ ଅମ୍ପିୟାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ, କଲମପୁର ଥାନାରେ ଏତଲା

କଲମପୁର : କଲମପୁର ଥାନା ଅନ୍ତର୍ଗତ ବଙ୍କାପଲାର ପଦରପଡା କ୍ରିକେଟ ଆସୋସିଏସନ୍ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ଶୁକ୍ରବାର କଲମପୁର ବ୍ଲକ ଅନ୍ତର୍ଗତ ବାଲିଛଡା ଏବଂ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତାଳପଦର କ୍ରିକେଟ ଦଳ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଉଥିଲା । ବାଲିଛଡା ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୧୩୮ରନ୍ ସଂଗ୍ରହ କରି ଥିଲେ। ପ୍ରତିପକ୍ଷ ଦଳ ବିଜୟ ଲକ୍ଷ୍ୟ ୧୩୯ ରନ୍ ସଂଗ୍ରହ ପାଇଁ ପଡ଼ିଆକୁ ଓହ୍ଲାଇ ଥିଲା।

କିନ୍ତୁ ଅମ୍ପିୟାରଙ୍କ ନିଷ୍ପତ୍ତିରେ ତୃଟି ଯୋଗୁଁ ତାଳପଦର ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଯାହାକୁ ନେଇ ତାଳପଦର ଦଳର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଯାହାକୁ ନେଇ ଆୟୋଜକ ମାନଙ୍କ ସହିତ ସମର୍ଥକଙ୍କ ମଧ୍ୟରେ ବଚସା ହେଇଥିଲା। ଏପରିକି ତାଳପଦର ଦଳର ଟଇକଚନ ବାଗ ନାମକ ଜନୈକ ସମର୍ଥକଙ୍କୁ ଆୟୋଜକ କମିଟିର ସଦସ୍ୟ ସନ୍ତୋଷ ବିହାର ଅନ୍ୟ ଦୁଇ ସହଯୋଗୀଙ୍କ ସହ ଆକ୍ରମଣ କରିଥିବା ନେଇ କଲମପୁର ଥାନାରେ ଏକ ଏତଲା ଦିଆ ଯାଇଛି। ଅନ୍ୟପଟେ ଏଭଳି ଅଭିଯୋଗ ମିଥ୍ୟା ଓ କପୋଳ କଳ୍ପିତ ବୋଲି ସନ୍ତୋଷ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories