www.samajalive.in
Monday, December 15, 2025
15.1 C
Bhubaneswar

କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି

ଲାଞ୍ଜିଗଡ଼: ଅନୁଗୁଳଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଯୋଗ ଦେଇ ଫେରୁଥିବା ବେଳେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ଇନୋଭା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଇନୋଭା ଗାଡ଼ିଟି ଚୂରମାର ହୋଇ ଯାଇଥିବା ବେଳେ ଶ୍ରୀ ତାଣ୍ଡି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ଅନୁଗୁଳସ୍ଥିତ ଡ. ବି. ଆର୍ ଆମ୍ବେଦକର ଫାଉଣ୍ଡେସନର ଡାକରାରେ ରାଜ୍ୟ ବ୍ୟାପି ବହୁଜନ ସଂଗଠନଗୁଡ଼ିକ ଅନୁଗୁଳଠାରେ ସମ୍ମିଳିତ ହୋଇଥିବାବେଳେ ଏହାକୁ ସମର୍ଥନ କରି ଶ୍ରୀ ତାଣ୍ଡିଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେଠାରୁ ଶ୍ରୀ ତାଣ୍ଡି ନିଜ ଇନୋଭା ଗାଡ଼ିରେ ନିଜ ଘର ଲାଞ୍ଜିଗଡ଼କୁ ଫେରୁଥିବା ବେଳେ ଆଜି ସକାଳୁ ୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣା-ଛତିକୁଡ଼଼ା ରାସ୍ତାର ଉଦେପୁର ନିକଟରେ ରାସ୍ତା ମଝିରେ ଗାଡ଼ି ସାମ୍ନାକୁ ଏକ ବୁଲା କୁକୁର ହଠାତ୍ ଚାଲି ଆସିବାରୁ କୁକୁରଟିକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଗାଡ଼ୱାଲ୍ ତଳକୁ ଖସି ପଡ଼ିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories