www.samajalive.in
Sunday, December 14, 2025
26.1 C
Bhubaneswar

୫-ଟି ସଚିବଙ୍କ ଗୁଣୁପୁର ଗସ୍ତ

ଗୁଣୁପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଆଜି ଗୁଣପୁର ଗସ୍ତ କରି ଅନେକ ନୂଆ ଆଶା ଓ ବିକାଶର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି। ପ୍ରଥମେ ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତିକରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫-ଟି ଅଧୀନରେ ଥିବା ପ୍ରକାଶ କରିଥିଲେ। ଶେଫାଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଫାଳି ପାହାଡ଼ ରାସ୍ତା ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ। ପରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories