ଆଠଗଡ: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଠଗଡ ସହରର ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ରେ ମୋଟ ୨୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୬ ଜଣ କୃତକାର୍ଯ୍ୟ ହୋଇଥିବାରୁ ସଫଳତା ହାର ୮୭ ପ୍ରତିଶତ ଥିବା ଅଧ୍ୟକ୍ଷା ସଞ୍ଜୁକ୍ତା ମହାପାତ୍ରଙ୍କ ସୂତ୍ରରୁ ପ୍ରକାଶ। ମୋଟ ୨୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୬ ଜଣ, ତୃତୀୟ ଶ୍ରେଣୀରେ ୧୦୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୬ ଜଣ ଫେଲ ହୋଇଥିବା ଜଣାପଡିଛି। ଏହି ବିଦ୍ୟାଳୟର ଛାତ୍ରୀ ସ୍ୱଦେଷ୍ନା ସ୍ୱାଇଁ ସର୍ବାଧିକ ୪୫୨ ନମ୍ବର ରଖି ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି। ସଠିଲୋ ଗ୍ରାମର ନୀଳମଣି ସ୍ୱାଇଁ ଓ ନଳିନୀ ସ୍ୱାଇଁଙ୍କ କନ୍ୟା ସ୍ୱଦେଷ୍ନା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାର ଲକ୍ଷ ରଖିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Popular Categories



