ବିପଦ ସାଜିଛି ବରଗାଁ ଅଙ୍ଗନୱାଡି କେନ୍ଦ୍ର କୋଠା
କଲମପୁର: ‘ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ’। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ସ୍ଲୋଗାନ ଗ୍ରାମାଂଚଳରେ କେତେଦୂର କାର୍ଯ୍ୟକାରୀ କରାଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାହା ନିଜେ ନଦେଖିଲେ ବିଶ୍ୱାସ କରିବା ସମ୍ଭବ ନୁହେଁ।
କଲମପୁର ବ୍ଲକ ଓ କଲମପୁର ପଞ୍ଚାୟତ ଅଧିନସ୍ଥ ବରଗାଁ, ବ୍ଲକ ସଦର ମହାକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ପରିତାପର ବିଷୟ ମାତ୍ର ଏହି ଗାଁର ରାସ୍ତାକଡରେ ଥିବା ଅଙ୍ଗନୱାଡି କେନ୍ଦ୍ର କୋଠାର ଅବସ୍ଥା ବିପର୍ଯ୍ୟସ୍ଥ। ଯାହାକୁ ଦେଖିଲେ କୋମଳମତି ଶିଶୁଙ୍କ ସମେତ, କର୍ମୀ, ସହାୟୀକା ଏବଂ ହିତାଧିକାରୀଙ୍କ ଜୀବନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉକ୍ତ କୋଠାର ସ୍ଲାବରୁ ରିତିମତ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଅନେକ ସମୟରେ ଗର୍ଭବତୀ, ପ୍ରସୁତୀ ମହିଳା ଓ କିଶୋରୀ ବାଳିକାଙ୍କ ସମେତ ଶିଶୁମାନେ ଆହତ ହେଉଛନ୍ତି।
Comments are closed.