www.samajalive.in
Monday, December 15, 2025
15.1 C
Bhubaneswar

‘ମୋ ଘର’ ଯୋଜନା ପ୍ରଶିକ୍ଷଣ ଶିବିର

କଲମପୁର:ସରକାରଙ୍କ ଆବାସ ଯୋଜନାରୁ ବଂଚିତ ଏବଂ ସମ୍ବଳ ଅଭାବରୁ ଘର ତିଆରି କରି ପାରୁନଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା। ଏହି ଯୋଜନା ସମ୍ବନ୍ଧରେ ଗୁରୁବାର କଲମପୁର ସମିତି କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ଲକ୍ଷ୍ୟ ଉଦ୍ଦେଶ୍ୟ, ନିୟମାବଳୀ ନେଇ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ‘ମୋ ଘର’ ଯୋଜନା ଏକ ଋଣ ଯୋଜନା। ଘର ତିଆରି ପାଇଁ ଆବଶ୍ୟକ ସମ୍ବଳର ଅଭାବ ହିତାଧିକାରୀଙ୍କୁ ‘ମୋ ଘର’ ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଜଣେ ଘର ତିଆରି କରିବା ପାଇଁ ବାର୍ଷିକ ୯ ପ୍ରତିଶତ ସୁଦ୍ଧ ହାରରେ ଋଣ ଆକାରରେ ଆର୍ଥିକ ସହାୟତା ପାଇ ପାରିବ। ଯାହା ୧୦ ବର୍ଷ ସମୟ ଅବଧି ମଧ୍ୟରେ ପରିଶୋଧ କରିବ। ଏଥିସହ ରାଜ୍ୟ ସରକାରଙ୍କ ତରଫରୁ ରିହାତି ସୁବିଧା ରହିଛି। ସାଧାରଣ ବର୍ଗର ଲୋକ ଏକ ଲକ୍ଷ ଟଙ୍କା ଋଣ ନେଲେ ୩୦ ହଜାର ଏବଂ ତଫସିଲ ଭୁକ୍ତ ଜାତ. ଜନଜାତି, ଏବଂ ଶାରିରୀକ ଅକ୍ଷମ ଥିବା ବ୍ୟକ୍ତି ବିଶେଷଙ୍କୁ ୪୦ ହଜାର ଟଙ୍କାର ରିହାତି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଗୁରୁବାରି ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଯୋଜନା ସମ୍ବନ୍ଧରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିଙ୍କୁ ବୁଝାଇଥିଲେ। ସମିତି ଅଧ୍ୟକ୍ଷା ମୋତି ବିହାରୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ଚନ୍ଦନ କୁମାର ପଣ୍ଡା, ଶୁସାନ୍ତ ମାଝୀ, ସୂର୍ଯ୍ୟକାନ୍ତି ପଣ୍ଡାଙ୍କ ସମେତ ସମିତି ସଭ୍ୟ ବୁଦ୍ଧଦେଇ ଭୋଇ, ବବୃ ବାହାନ ପୁଝାରୀ, କରୁଣା ବାଗ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories