www.samajalive.in
Sunday, December 14, 2025
17.1 C
Bhubaneswar

କାଳବୈଶାଖୀରେ ଗଛ ପଡ଼ି ମହିଳା ଗୁୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ବଦଲା ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀରେ ଗଛ ପଡ଼ି ଜୈନିକ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତଳଗାଁରେ ବ୍ରଜପାତରେ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ବଦଲାର ଲକ୍ଷ୍ମି ସାହୁ କାଳବୈଶାଖୀ ସମୟରେ କୌଣସି କାମରେ ଘର ବାରିପଟକୁ ଯାଇଥିବା ବେଳେ ତାଙ୍କ ଉପରେ ସଜନା ସାଗ ଗଛ ପଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଣିଗୋଛା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଦଶପଲ୍ଲା ରେଫର କରାଯାଇଥିଲା। ସେଠାରେ ଅବାସ୍ଥ। ଗୁରୁତର ହେବାରୁ ନୟାଗଡ଼ ରେଫର କରାଯାଇଥିବା ଜଣାପଡ଼ିଛି। ଲକ୍ଷ୍ମୀଙ୍କ ଗୋଟେ ହାତ ଭାଙ୍ଗିଯାଇଥିବା ବେଳେ ସେ ଗୁରୁତର ଅଛନ୍ତି। ତଳଗାଁର ଜଣେ ଗରିବ ଚାଷୀ ଧନେଶ୍ୱର ଦେହୁରୀଙ୍କ ବଜ୍ରଘାତରେ ଦୁଇଗୋଟି ବଳଦ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଧନେଶ୍ୱରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories