www.samajalive.in
Monday, December 15, 2025
15.1 C
Bhubaneswar

ମେଘା ସେକ୍ଟରରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁରଠାରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ତମ୍ବାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଓ କର୍କଟ ଆଦି ରୋଗର ମୁଖ୍ୟ କାରଣ ହୋଇଥିବାରୁ ତମ୍ବାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ବର୍ଜନ କରିବା ବାଞ୍ଚନୀୟ ବୋଲି ମତବ୍ୟକ୍ତ କରିଥିଲେ। ତମ୍ବାଖୁ ସେବନ ଦ୍ୱାରା କର୍କଟ, ଯକ୍ଷ୍ମା, ଶ୍ୱାସନଳୀ ଓ ଫୁସ୍‌‌ଫୁସ୍‌‌ଜନିତ ରୋଗ, ପ୍ରଜନନ କ୍ଷମତା ହ୍ରାସ, ପାକସ୍ଥଳିରେ ଘା’, ହୃଦ୍‌‌ରୋଗ ଓ ହୃଦ୍‌‌ଘାତ ଭଳି ଗୁରୁତର ରୋଗର ଶିକାର ହେବାକୁ ପଡ଼ିଥାଏ। ତେଣୁ ତମ୍ବାଖୁଜାତୀୟ ଦ୍ରବ୍ୟର ପ୍ରଚାର ପ୍ରସାରକୁ ନିଷେଧ କରାଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଏହାର ସେବନ କଲେ ଜୋରିମନା କରାଯାଇଥାଏ ବୋଲି ସେ କହିଥିଲେ। ତମ୍ବାଖୁରେ ନିକୋଟିନ୍‌‌ ଓ ଅନ୍ୟ ୪୦୦୦ ପ୍ରକାରର ବିଶାକ୍ତ ତତ୍ତ୍ୱ ରହିଥିବାରୁ ଏହା ବିଭିନ୍ନ ରୋଗର କାରଣ ହୋଇଥାଏ। ତମ୍ବାଖୁ ଓ ଧୁମ୍ରପାନ ବର୍ଜନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଉପରେ ଶ୍ରୀ ଅସଲମ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ସୁନିତା ଦାସ, ଆଶାକର୍ମୀ ବନିତା ରାଉତ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories