www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀକ୍ଷେତ୍ର ଅଭିମୁଖେ ବଉଳ କାଠକୁ ମେଲାଣି

ସାକ୍ଷୀଗୋପାଳ : ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ତଥା ପବିତ୍ର ନିର୍ଜ୍ଜଳା ଏକାଦଶୀରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳ କାଠକୁ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି।
ଏହି ସେବା ନିମନ୍ତେ ଆବଶ୍ୟକ ବଉଳ ଗଛ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ବକୁଳ ବନର ଅଧିଶ୍ୱର ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ବକୁଳ ବନ ମଧ୍ୟରେ ଚି଼ହ୍ନଟ ହୋଇଥିଲା । ଶ୍ରୀମନ୍ଦିର ସେବାୟତ ଆଣିଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ସମର୍ପଣ କରି ବୃକ୍ଷକୁ ବରଣ କରିଥିଲେ। ଶ୍ରୀମନ୍ଦିର ଭୋଇ ସେବକ ସର୍ଦ୍ଦାର ରବି ଭୋଇ, ନୀଳକଣ୍ଠ ଭୋଇ, ଧ୍ରୁବ ଚରଣ ଭୋଇ, ରତ୍ନାକର ଭୋଇ ଓ ସୁଦର୍ଶନ କାଣ୍ଡି  ପ୍ରମୁଖ ବଉଳ ବୃକ୍ଷ ଚ୍ଛେଦନ କରିଥିଲେ। ଛ ହାତ ଲମ୍ବ ଓ ତିନି ଫୁଟ ଗୋଲେଇ ବିଶିଷ୍ଟ ଦୁଇ ଖଣ୍ଡ ଓ ତିନି ହାତ ଲମ୍ବ ମାପରେ ଆଉ ଦୁଇ ଖଣ୍ଡ ବଉଳ କାଠ କଟାଯାଇଥିଲା।
ଏହି କାଠକୁ ଏମାର ମଠ ଶଗଡ଼ରେ ପାଟ୍ଟବସ୍ତ୍ର ଆଚ୍ଛାଦିତ କରି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସ୍ଥାନୀୟ ବକୁଳ ବନର ଅଧିଶ୍ୱର ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଦେବନୀତି ଓ ପୂଜାର୍ଚ୍ଚନା ପରେ ବଉଳ କାଠ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆ ଯାଇଥିଲା।
ଗୁରୁକୁଳ ଆଥଲେଟିକସର କ୍ରୀଡ଼ାବିତ,ସୁଧର୍ମା ମହାସଂଘ ଓ ସ୍ଥାନୀୟ ଭକ୍ତ ମାନେ ଘଣ୍ଟ, ଘଣ୍ଟି, ମୃଦଙ୍ଗ, ଯୋଡ଼ି ଶଙ୍ଖ ବାଦନ  ହରିବୋଲ ଓ ହୁଳହୁଳି ପକାଇ ଛତ୍ରୀ ଓ ତ୍ରାସ ଧରି ବଉଳ କାଠ ଶଗଡ଼କୁ ସତ୍ୟବାଦୀ ବ୍ଲକ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଶଗଡ଼ିଆ ବାନାମ୍ବର ପ୍ରଧାନ ଓ ଶଙ୍କର ବିଶ୍ୱାଳ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହି ନେଇଥିଲେ। ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପ୍ରଧାନ, ଶ୍ରୀମନ୍ଦିର ରଥ ନିର୍ମାଣ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଗୁରୁକୁଳ ଆଥଲେଟିକସ କୋଚ ବିଷ୍ଣୁ ପ୍ରସାଦ ମିଶ୍ର  ଓ  ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ମାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ ମଠ ମହାରାଜ ନାରାୟଣ ରାମାନୁଜ ଦାସ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ସତ୍ୟବାଦୀ ତହସିଲଦାର ଜୟନ୍ତ  କୁମାର ଜୟ ସିଂ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ ଜୟନ୍ତୀ ବେହେରା ସମେତ   ଅନ୍ୟମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ବଉଳ କାଠରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ। ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପୃଷ୍ଠ ଦେଶରେ ସେନାପଟା ଓ ଶ୍ରୀଭୂଜରେ ବାହୁଟକୁ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯିବ ବା ବାନ୍ଧି ଦିଆଯିବ। ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories