www.samajalive.in
Monday, December 8, 2025
13.1 C
Bhubaneswar

ମହିଳା କୃଷି ଉଦ୍ୟମୀ ତାଲିମ କାର୍ୟ୍ୟକ୍ରମ ଉଦଯାପିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ଲାଣ୍ଡିବନ୍ଧ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୧୩ ଦିନ ବ୍ୟାପି ଚାଲିଥିବା ମହିଳା କୃଷି ଉଦ୍ୟମୀ ତାଲିମ କାର୍ୟ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ବ୍ଲକର ମହିଳା ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ କାର୍ୟ୍ୟକ୍ରମରେ ଡି. ଡ଼ି ଏମ ନାବାର୍ଡ ସତ୍ୟ ସ୍ୱରୂପ ବିଦାନ୍ତ, ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଏବଂ ଏପିଡି କ୍ରେଡିଟ ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଶିଶିର କୁମାର ମହନ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାଟି ପରିଚାଳନା, ମିଶ୍ରିତ ଚାଷରେ ଲାଭ, ଜୈବିକ ପଦ୍ଧର୍ତୀ ଚାଷ, କଲମୀକରଣ, ନର୍ସରୀ ପରିଚାଳନା ତଥା ଛେଳି, କୁକୁଡ଼ା, ଘୁଷୁରୀ ମେଣ୍ଢା, ମାଛ, ଛତୁ ମହୁ ତଥା ଜିଆ ଖତ ତିଆରି ଏବଂ ବିଭିନ୍ନ ଚାଷରେ ରୋଗ ପୋକର ପରିଚାଳନା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories