www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପିର ଧାରଣା ପରେ ଟୋଲ୍‌‌ ଗେଟ୍‌‌ ସିଲ୍‌‌

ଆଠଗଡ଼: ବିଜେପି ନେତା ଅଭୟ କୁମାର ବାରିକ ମଙ୍ଗଳବାର ମୁଣ୍ଡଳି ଟୋଲ୍‌‌ ଗେଟ୍‌‌ ଠାରେ ଟୋଲ୍‌‌ ଆଦାୟକୁ ନେଇ ଛତିଶଗଡ଼ର ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତତ୍‌‌ସହିତ ମୁଣ୍ଡଳି ଟୋଲ୍‌‌ ଗେଟ୍‌‌କୁ ତୁରନ୍ତ ସିଲ୍‌‌ କରିବା ଦାବିରେ ଚାନ୍ଦବାଲିଛକଠାରେ ବହୁ ସମର୍ଥକଙ୍କ ସହିତ ଅଭୟ ରାସ୍ତା ଉପରେ ଧାରଣା ଦେଇଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଟୋଲ୍‌‌ ଗେଟ୍‌‌ ବନ୍ଦ ନକରିବା ଯାଏଁ ଧାରଣା ଅବ୍ୟାହତ ରହିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେଠାରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହନ୍ତି ଟୋଲ୍‌‌ ଗେଟ୍‌‌କୁ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଅସ୍ଥାୟୀ ରୂପେ ସିଲ୍‌‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଧାରଣାରତ ବିଜେପି ନେତାଙ୍କୁ କହିଥିଲେ। ତେବେ ସିଲ୍‌‌ ନହେଲା ଯାଏଁ ସେମାନେ ଉଠିବେନି ବୋଲି ଜିଦ୍‌‌ ଧରିଥିଲେ। ପରେ ପରେ ମାଜିଷ୍ଟ୍ରେଟ୍‌‌ ଭାବେ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଏବଂ ପାଟେଣିଗାଁ ଆରଆଇ ଓ ସୁପରଭାଇଜର ପୁଲିସ ଫୌଜ ସହିତ ମୁଣ୍ଡଳି ଯାଇ ଟୋଲ୍‌‌ ଗେଟ୍‌‌କୁ ଜଉମୁଦ ସିଲ୍‌‌ କରିବା ପରେ ଅଭୟଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ଧାରଣାରୁ ଓହରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories