ଆଠଗଡ଼: ଛତିଶଗଡ଼ର ପର୍ଯ୍ୟଟକଙ୍କୁ ମୁଣ୍ଡଳି ଟୋଲ୍ ଗେଟ୍ଠାରେ ଆକ୍ରମଣ ଘଟଣାରେ ସଂପୃକ୍ତ ୪ଜଣ ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣରେ ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ପ୍ରାୟ ୧୫ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସଂପର୍କରେ ବସ୍ ଦୁଇଟିର ମାଲିକ ତଥା ଚାଳକ ଆନନ୍ଦ ଶୁକ୍ଳା ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ୧୧୩/୨୩ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଭିଡିଓ ଫୁଟେଜ ଆଧାରରେ ପ୍ରଥମେ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟେଣିଗାଁର ଦୀପକ ପ୍ରଧାନ ଓରଫ ବୁବୁ, କଦମ୍ବପାଟଣାର ରାଜୁ ବାରିକ, ପାଟେଣିଗାଁର ଦୀପକ ପ୍ରଧାନ ଓରଫ ଦୀପୁ, ଏବଂ ଢେଙ୍କାନାଳ ବ୍ଲକ ଅଧିନ କାମଧେନୁକୋଟର ମନୋରଞ୍ଜନ ବେହେରା ବୋଲି ଜଣାପଡ଼ିଛି। ସେମାନଙ୍କ ବିରୁଦ୍ଧରେ ଦଫା ୧୪୭, ୧୪୮, ୩୪୧, ୩୮୪, ୩୨୩, ୩୨୪, ୩୨୫, ୩୦୭, ୪୨୭, ୫୦୬, ୩୫୪(ଖ), ୧୪୯ ଆଇପିସିରେ ମାମଲା ରୁଜୁ କରାଯାଇଥିବା ସହକାରୀ ପୁଲିସ ନିରୀକ୍ଷକ ବିଶ୍ୱଜିତ୍ ଜେନା ଓ ତଦନ୍ତକାରୀ ଅଧିକାରୀ ଏସଆଇ ଶକୁନ୍ତଳା ଦାସଙ୍କ ସୁତ୍ରରୁ ପ୍ରକାଶ।
Popular Categories



