ବଢ଼ିପାରେ ଚିନି ରପ୍ତାନି କୋଟା
ନୂଆଦିଲ୍ଲୀ: ଚଳିତ ୨୦୨୨-୨୩ ଚିନି ଅମଳ ଋତୁରେ ମେ ୩୧ ପର୍ଯ୍ୟନ୍ତ ସରକାର ୬ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ପ୍ରଦାନ କରିସାରିଛନ୍ତି। ତେବେ ଘରୋଇ ଉତ୍ପାଦନକୁ ଆକଳନ କରିବା ପରେ ଆଉ ଅଧିକ ଚିନି ରପ୍ତାନି ନିମନ୍ତେ ସରକାର ଅନୁମତି ପ୍ରଦାନ କରିପାରନ୍ତି ବୋଲି ରବିବାର କୁହାଯାଇଛି। ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଚଳିତ ବର୍ଷ ନଭେମ୍ବର ୧ରୁ ୨୦୨୩ ମେ ୩୧ ପର୍ଯ୍ୟନ୍ତ ସରକାର ୬ ନିୟୁତ ଟନ୍ ଚିନି ରପ୍ତାନିକୁ ଅନୁମତି ଦେଇଛନ୍ତି। ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଦେଶରେ ଆଖୁ ଉତ୍ପାଦନ ସମ୍ପର୍କରେ ପ୍ରାଥମିକ ଅଟକଳକୁ ଭିତ୍ତିକରି ଚିନି ରପ୍ତାନି କୋଟା ସ୍ଥିର କରାଯାଇଛି।
Comments are closed.