www.samajalive.in
Monday, December 8, 2025
14.1 C
Bhubaneswar

ମହାନଦୀ ଜଳବିବାଦ ଟ୍ରାଇବୁନାଲରେ ଶୁଣାଣି ଆଜି

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ଟ୍ରାଇବୁନାଲରେ ଓଡ଼ିଶା ସରକାରଙ୍କ ତରଫରୁ ଦୁଇଟି ସାକ୍ଷୀ ସତ୍ୟପାଠ ଦାଖଲ ହୋଇଛି। ମହାନଦୀ ଅବବାହିକାରେ ଜଳ ଉପଲବ୍ଧତା ବିଷୟରେ ବିଶେଷଜ୍ଞ ଏମ.ଇ ହକ୍‍ ଏବଂ ମହାନଦୀ ଅବବାହିକାରେ ସାମାଜିକ-ଅର୍ଥନୈତିକ ବିକାଶ ବିଷୟରେ ବିଶେଷଜ୍ଞ ମନୋଜ ପଣ୍ଡା ସାକ୍ଷୀ ସତ୍ୟପାଠ ଦାଖଲ କରିଛନ୍ତି। ଶନିବାର ଶୁଣାଣି ପୂର୍ବରୁ ଅକ୍ଟୋବର ୨୮ରେ ଓଡ଼ିଶା ଓ ଛତିଶଗଡ଼ ବିଶେଷଜ୍ଞ ଦଳ ମଧ୍ୟରେ ଅନୁଷ୍ଠିତ ବୈଠକ ବିଷୟରେ ଟ୍ରାଇବୁନାଲଙ୍କୁ ଅବଗତ କରାଯାଇଛି। ମହାନଦୀ ଅବବାହିକାରେ ଉପ-ଅବବାହିକା ଏବଂ ତ୍ରିକୋଣଭୂମି ଅଞ୍ଚଳର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତି ଲାଗି ଟ୍ରାଇବୁନାଲଙ୍କ ଆସେସର ସଞ୍ଜୀବ ଅଗ୍ରୱାଲ ଏବଂ ଡ଼ ବିଜୟ କୁମାର ଦ୍ୱିବେଦୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ବିଶେଷଜ୍ଞ ଦଳ ମଧ୍ୟରେ ସହମତି ହୋଇଥିଲା। ଏହି ବିଷୟରେ ଆବଶ୍ୟକ ପଡ଼ିଲେ ପୁଣି ଥରେ ବିଶେଷଜ୍ଞ ଦଳ ମଧ୍ୟରେ ବୈଠକ ବସିବା ଲାଗି ସମସ୍ତ ପକ୍ଷ ରାଜି ହୋଇଥିଲେ। ମହାନଦୀ ଅବବାହିକାରେ ଅବସ୍ଥିତ ସମସ୍ତ ଅଟୋମେଟିକ ରେନ ଗଜ ଷ୍ଟେସନ ମ୍ୟାପକୁ ସମସ୍ତ ପକ୍ଷଙ୍କୁ ସେପ୍‍ଟେମ୍ବର ୧୪ରେ ଦିଆଯାଇଥିଲା। ତେବେ ଏହି ବିଷୟରେ ପକ୍ଷଭୁକ୍ତ ରାଜ୍ୟଙ୍କଠୁ ଉତ୍ତର ମିଳିପାରିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories