www.samajalive.in
Monday, December 15, 2025
15.1 C
Bhubaneswar

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଗ୍ରାଚୁଇଟି

ନୂଆଦିଲ୍ଲୀ: ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ) ଓ ଅଙ୍ଗନବାଡି ସହାୟକ (ଏଡବ୍ଲ୍ୟୁଏଚ୍‌) ଗ୍ରାଚୁଇଟି ପାଇବାକୁ ହକ୍‌ଦାର। ଗ୍ରାଚୁଇଟି ଆଇନ ୧୯୭୨ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ଗ୍ରାଚୁଇଟି ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏପରିକି ଅବସରଗ୍ରହଣ କରିଥିବା ଯେଉଁ ଅଙ୍ଗନବାଡି କର୍ମୀ ଓ ସହାୟକ ଗ୍ରାଚୁଇଟି ପାଇ ନଥିବେ ସେମାନଙ୍କୁ ୧୦% ସୁଧ ସହିତ ଗ୍ରାଚୁଇଟି ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ ବିଚାରପତି ଅଜୟ ରୋସ୍ତଗି ଓ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ପୀଠ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ୩ମାସ ମଧ୍ୟରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କ ଗ୍ରାଚୁଇଟି ବାବଦ ଦେୟ ପ୍ରଦାନ କରାଯିବ। ଏ ଦିଗରେ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ। ଯେଉଁମାନେ ଗ୍ରାଚୁଇଟି ପାଇ ନାହାନ୍ତି ସେମାନେ ୧୯୭୨ ଗ୍ରାଚୁଇଟି ଆଇନର ଉପଧାରା ୩ ଏ ଅନୁଯାୟୀ ୧୦% ସୁଧ ପାଇବେ। ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଅଧୀନରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟକମାନେ ଗ୍ରାଚୁଇଟି ପାଇବାକୁ ହକ୍‌ଦାର କି ନାହିଁ ତାହା ବିବାଦର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଏବେ ସ୍ପଷ୍ଟ କରିଛନ୍ତି। ଆଇସିଡିଏସ୍ ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି।
ମାମଲାରୁ ପ୍ରକାଶ ଯେ ଗୁଜରାଟ ହାଇକୋର୍ଟଙ୍କ ଜଣିକିଆ ବିଚାରପତି ପୀଠ ପ୍ରଥମେ ଅଙ୍ଗନବାଡି କର୍ମୀ ଓ ସହାୟକମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବୋଲି ରାୟ ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତି ପୀଠ ଏହି ରାୟକୁ ଖାରଜ କରିଦେଇଥିଲେ। ଦୁଇଜଣିଆ ବିଚାରପତି ପୀଠ କହିଥିଲେ ଯେ ୧୯୭୨ ଆଇନର ଧାରା ୨ (ଇ) ଅନୁଯାୟୀ କର୍ମଚାରୀ ନୁହନ୍ତି ଓ ଆଇସିଡିଏସ୍ ଯୋଜନା ଏକ ଶିଳ୍ପ ବୋଲି କୁହାଯାଇପାରିବ ନାହିଁ। ଅଙ୍ଗନବାଡି କର୍ମୀ ଓ ସହାୟକଙ୍କୁ ଦିଆଯାଉଥିବା ପାରିଶ୍ରମିକକୁ ଦରମା ବୋଲି କୁହାଯାଇପାରିବ ନାହିଁ। ତେଣୁ ସେମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ନୁହନ୍ତି। ଗୁଜରାଟ ହାଇକୋର୍ଟଙ୍କ ଏପରି ରାୟକୁ ସୁପ୍ରିମକୋର୍ଟ ଖାରଜ ପୂର୍ବକ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କୁ ଗ୍ରାଚୁଇଟି ପାଇଁ ହକ୍‌ଦାର ବୋଲି କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଓ ଶିକ୍ଷା ଅଧିକାର ଆଇନର ଧାରା ୧୧ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ରଗୁଡିକ ବୈଧାନିକ କର୍ତ୍ତବ୍ୟ ପାଳନ କରୁଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ୩ରୁ ୬ବର୍ଷର ଶିଶୁଙ୍କ ଶିକ୍ଷା ପ୍ରଦାନ ସହିତ ଗର୍ଭବତୀ ମହିଳା, କିଶୋରୀ, ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଯୋଗାଇବା ନିଶ୍ଚିତ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories