www.samajalive.in
Sunday, December 7, 2025
14.1 C
Bhubaneswar

ବ୍ୟାଟିଂ ବିଫଳ : ଅଭ୍ୟାସ ମ୍ୟାଚ୍‌ରେ ଭାରତ ପରାସ୍ତ

ଲଣ୍ଡନ୍ : ବିଶ୍ବକପ୍ ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ୍‌​‌େ​‌ର ଝୁଣ୍ଟିଛି ଭାରତୀୟ ଦଳ। ଶନିବାର ଏହି ମ୍ୟାଚ୍‌ରେ ଭାରତକୁ ସହଜରେ ୬ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ସମସ୍ତ ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ ଯୋଗୁଁ ଭାରତ ୩୯.୨ ଓଭରରେ ୧୭୯ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ପରେ କେନ୍ ୱିଲିୟମ୍‌ସନ୍ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ବଳରେ ୩୭.୧ ଓଭରରେ ୪ ୱିକେଟ ହରାଇ ନ୍ୟୁଜିଲାଣ୍ଡ ଜିତିଥିଲା। ସ୍ବିଙ୍ଗ୍ ବୋଲିଂ ଉପଯୋଗୀ ଇଂଲଣ୍ଡର ପିଚ୍ ଓ ବାତାବରଣ ସହ ଏହି ମ୍ୟାଚ୍‌ରେ ଖାପ୍ ଖୁଆଇବାରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଛନ୍ତି। ସମସ୍ତ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍ ବିଫଳ ହେବା ଭାରତକୁ ନିଶ୍ଚୟ ଚିନ୍ତାରେ ପକାଇବ।
୧୮୦ ରନ୍‌ର ପିଛା କରିଥିବା ନ୍ୟୁଜିଲାଣ୍ଡ ୧୫ ଓଭରରେ ୨ ୱିକେଟ ହରାଇ ୬୬ ରନ୍ କରିପାରିଛି। କଲିନ୍ ମନ୍‌ରୋ ୪ ରନ୍‌କରି ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରେ ମାର୍ଟିନ୍ ଗପ୍‌ଟିଲ ଓ କେନ୍ ୱିଲିୟମ୍‌ସନ ୨୯ ରନ୍ ଯୋଡ଼ିଥିଲେ। ଗପ୍‌ଟିଲ ୩ଟି ଚୌକା ସହ ୨୨ ରନ୍‌କରି ହାର୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ। ଅଧିନାୟକ ୱିଲିୟମ୍‌ସନ୍ ଓ ପୂର୍ବତନ ଅଧିନାୟକ ରସ୍ ଟେଲର ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୧୧୪ ରନ୍ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ। ୮୭ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୭ ରନ୍‌କରି ୱିଲିୟମ୍‌ସନ୍ ଆଉଟ ହୋଇଥିଲେ। ପ​‌େ​‌ର ଟେଲର ୭୫ ବଲ୍‌ରୁ ୮ଟି ଚୌକା ସହ ୭୧ ରନ୍‌କରି ଆଉଟ ହୋଇଥିଲେ। ହେନ୍‌ରି ନିକୋଲ୍‌ସ ୧୫ ରନ୍‌କରି ଅପରାଜିତ ଥିଲେ।
ଭାରତ ଟସ୍ ଜିତି ବ୍ୟାଟିଂ ନେବା ପରେ ନ୍ୟୁଜିଲାଣ୍ଡର ବାମହାତି ଫାଷ୍ଟବୋଲର ଟ୍ରେଣ୍ଟ୍ ବୋଲ୍‌ଟ ଚମତ୍କାର ସ୍ବିଙ୍ଗ୍ ବୋଲିଂ କରିଥିଲେ। ବୋଲ୍‌ଟ ତାଙ୍କ ପ୍ରଥମ ୩ ଓଭରରେ ୩ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଆଉଟ କରି ଦେଇଥିଲେ। ରୋହିତ ଶର୍ମା ୨ ରନ୍‌କରି ବୋଲ୍‌ଟଙ୍କ ଇନ୍‌ସ୍ବିଙ୍ଗରରେ ପରାସ୍ତହୋଇ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶିଖର ଧାୱନ ୨ ରନ୍‌କରି କଟ୍ ବିହାଇଣ୍ଡ ହୋଇଥିଲେ। ବୋଲ୍‌ଟଙ୍କ ୩ୟ ଓଭରରେ କେ.ଏଲ୍‌. ରାହୁଲ ୬ ରନ୍‌କରି ପ୍ଲେଏଡ୍ ଅନ୍ ହୋଇଥିଲେ। ବିରାଟ କୋହଲି ଚମତ୍କାର ଭାବେ ନୂଆବଲ୍‌ର ମୁକାବିଲା କରିଥିଲେ ଏବଂ କ୍ରିଜ୍‌ରେ ଜମି ଯାଇଥିଲେ। ତେବେ ସେ ମଧ୍ୟ ସ୍ବିଙ୍ଗ୍ ନିକଟରେ ପରାସ୍ତ ହୋଇଥିଲେ। ୧୮ ରନ୍‌ କରିଥିବା କୋହଲିଙ୍କୁ କଲିନ୍ ଡି ଗ୍ରାଣ୍ଡହୋମ୍ ବୋଲ୍‌ଡ କରିଥିଲେ। ୩୯ ରନ୍‌ରେ ଭାରତ ୪ଟି ୱିକେଟ ହରାଇବା ପରେ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦିକ ପାଣ୍ଡ୍ୟା କିଛି ସମୟ ବ୍ୟାଟିଂ କରିଥିଲେ। ଜେମ୍‌ସ ନିସାମ୍‌ଙ୍କ ଆଉଟ୍ ସ୍ବିଙ୍ଗରରେ କଟ୍ ବିହାଇଣ୍ଡ ହେବା ପୂର୍ବରୁ ପାଣ୍ଡ୍ୟା ୩୭ ବଲ୍‌ରୁ ୬ଟି ଚୌକା ସହ ୩୦ ରନ୍ କରିଥିଲେ। ସେହି ଓଭରରେ ଦିନେଶ କାର୍ତ୍ତିକ ଆଉଟ ହୋଇ ଯାଇଥିଲେ। କାର୍ତ୍ତିକ ପ୍ରଥମ ବଲ୍‌ରେ ଚୌକାମାରିବା ପରେ ୩ୟ ବଲ୍‌କୁ ଫାଇନ୍‌ଲେଗ୍ ହାତକୁ ମାରି ବିଦାୟ ନେଇଥିଲେ। ଏହାପରେ ଅଭିଜ୍ଞ ଧୋନି ଏକ ବଡ଼ ସଟ୍ ମାରିବା ପ୍ରୟାସରେ ଆଉଟ ହୋଇଥିଲେ। ୪୨ ବଲ୍‌ ଖେଳି ଧୋନି ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ। ଭୁବନେଶ୍ବର କୁମାର ୧ ରନ୍‌କରି ବିଦାୟ ନେଇଥିଲେ। ୧୧୫ ରନ୍‌ରେ ୮ଟି ୱିକେଟ ହରାଇ ଭାରତ ଅତି ଦୟନୀୟ ସ୍ଥିତିରେ ଥିଲା। ତେବେ ରବୀନ୍ଦ୍ର ଜାଡ଼େଜା ଷ୍ଟ୍ରୋକ୍ ଖେଳିବା ଆରମ୍ଭ କରିଥିଲେ ଏବଂ ସାଥୀ ସ୍ପିନର କୁଲଦୀପ ଯାଦବ ତାଙ୍କୁ ସହଯୋଗ ଦେଇଥିଲେ। ଦୁହେଁ ୬୨ ରନ୍ ଯୋଗ କରିଥିଲେ। ଜାଡ଼େଜା ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୪ ରନ୍‌କରି ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। ପରବର୍ତ୍ତୀ ଓଭରରେ ଅନ୍ତିମ ବ୍ୟାଟ୍‌ସମ୍ୟାନ୍ କୁଲଦୀପ ୨ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଟ୍ରେଣ୍ଟ୍‌ ବୋଲ୍‌ଟ ୪ଟି ଓ ଜେମ୍‌ସ ନିସାମ୍ ୩ଟି ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories