www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ,୧ଜାନୁଆରୀରେ ହିଁ କାହିଁକି ପାଳନ କରାଯାଏ ନୂଆବର୍ଷ ?

ଆମେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧ତାରିଖକୁ ନୂଆବର୍ଷ ଭାବେ ପାଳନ କରିଥାଉ। ଅର୍ଥାତ୍‍ ସେହିଦିନଠାରୁ ଏକ ନୂତନ ବର୍ଷର ଆରମ୍ଭ ହୋଇଥାଏ। ହେଲେ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ, ୧ ଜାନୁଆରୀକୁ ହିଁ ଆମେ ନୂଆବର୍ଷ ଭାବେ କାହିଁକି ପାଳନ କରିଥାଉ ବା ଆମର ବର୍ଷ ୧ଜାନୁଆରୀରୁ ହିଁ କାହିଁକି ଆରମ୍ଭ ହୋଇଥାଏ? ତେବେ ଚାଲନ୍ତୁ ଜାଣିବା ଏହାର ଉତ୍ତର –

୧ଜାନୁଆରୀ ଠାରୁ ଆରମ୍ଭ ହେଉଥିବା କ୍ୟାଲେଣ୍ଡରକୁ ଗ୍ରିଗୋରିୟନ କ୍ୟାଲେଣ୍ଡର କୁହାଯାଏ। ଏହା ୧୫ଅକ୍ଟୋବର ୧୫୮୨ରେ ଆରମ୍ଭ ହୋଇଥିଲା। ଏହି କ୍ୟାଲେଣ୍ଡରକୁ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ଖ୍ରୀଷ୍ଟମାସର ତାରିଖ ଧାର୍ଯ୍ୟ କରିବା ପାଇଁ ଆରମ୍ଭ କରିଥିଲେ। କାରଣ ଗ୍ରିଗୋରିୟନ କ୍ୟାଲେଣ୍ଡର ପ୍ରଚଳନ ପୂର୍ବରୁ ବର୍ଷକ ୧୦ ଥିବା ରୁଷର ଜୁଲିୟନ କ୍ୟାଲେଣ୍ଡର ପ୍ରଚଳିତ ଥିଲା। ହେଲେ ଏହି କ୍ୟାଲେଣ୍ଡରରେ ପ୍ରତିବର୍ଷ ଖ୍ରୀଷ୍ଟମାସର ତାରିଖ ବଦଳୁଥିଲା। ଖ୍ରୀଷ୍ଟମାସ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବଡ଼ ପର୍ବ। ଏହିଦିନ ପ୍ରଭୁ ଯୀଶୁଙ୍କ ଜନ୍ମ ହୋଇଥିଲା। ତେଣୁ ଏହିଦିନକୁ ପ୍ରତ୍ୟେକବର୍ଷ ଖ୍ରୀଷ୍ଟମାସ ପର୍ବ ଭାବେ ପାଳନ କରାଯାଏ। ଏହି କାରଣରୁ ଆମେରିକାର ନେପଲ୍ସର ଚିକିତ୍ସକ ଏଲୟସିସ ଲିଲିଅସ ଏକ ନୂଆ କ୍ୟାଲେଣ୍ଡର ପ୍ରସ୍ତାବିତ କଲେ। ରୁଷର ଜୁଲିୟନ କ୍ୟାଲେଣ୍ଡରରେ ବହୁତ ସଂଶୋଧନ କରାଗଲା ଓ ଏହାକୁ ୨୪ ଫେବ୍ରୁଆରୀରେ ରାଜକୀୟ ଆଦେଶ କ୍ରମେ ବିଧିବଦ୍ଧ ଭାବେ ଆପଣାଗଲା। ଏହି ରାଜକୀୟ ଆଦେଶ ପୋପ ଗ୍ରିଗୋରୀ ଦେଇଥିଲେ, ତେଣୁ ତାଙ୍କ ନାମ ଅନୁସାରେ ଏହି କ୍ୟାଲେଣ୍ଡରର ନାମ ଗ୍ରିଗୋରିୟନ କ୍ୟାଲେଣ୍ଡର ରଖାଗଲା। ଆଜି ସେହି ଗ୍ରିଗୋରିୟନ କ୍ୟାଲେଣ୍ଡର ସାରା ଦୁନିଆରେ ପ୍ରଚଳିତ ଓ ଏଥିରେ ଥିବା ପ୍ରଥମ ଦିନ ଅର୍ଥାତ୍‍ ୧ଜାନୁଆରୀକୁ ନୂଆବର୍ଷ ଭାବେ ପାଳନ କରାଯାଏ।

- Advertisement -

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories