ପାତ୍ରପୁର ମେଡ଼ିକାଲରେ ଏକ୍ସରେ ମେସିନ ଉଦଘାଟନ କଲେ ମନ୍ତ୍ରୀ ଉଷା ଦେବୀ 

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ମେଡ଼ିକାଲରେ ଦୀର୍ଘ ବର୍ଷଧରି ଏକ୍ସରେ ମେସିନ ନଥିବା ଯୋଗୁଁ ରୋଗୀ ମନେ ଖର୍ଚ୍ଚ।ନ୍ତ ହେବା ସହ ଅସୁବିଧା ଭୋଗୁଥିଲେ।  ଶୁକ୍ରବାର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଡିଜିଟାଲ ଏକ୍ସରେ ମେସିନ ଉଦଘାଟନ କରିଥିଲେ। ଉଦଘାଟନ ପରେ ଅଞ୍ଚଳବାସୀଙ୍କ ଅସୁବିଧା ଦୂର ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ମେସିନ ନୂତନ ଜ୍ଞାନ କୌଶଳରେ ନିର୍ମିତ ହେଇଥିବା ବେଳେ ଖାଲି ପଡ଼ିଥିବା ଟେକ୍ନିସିଆନ୍ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ ରୋଗୀ ମାନେ ଏହି ସେବା ପାଇ ପାରିବେ ବୋଲି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ ସମ୍ବିତ ବେଗରାୟ ପ୍ରକାଶ କରିଛନ୍ତି । ସେହିପରି ମେଡ଼ିକାଲରେ ରହିଥିବା ଅନ୍ୟ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହି ଅବସରରେ ପାତ୍ରପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପାତ୍ରପୁରକୁ ଏନଏସି କରିବା ନିମନ୍ତେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଗତ ୫ତାରିଖରେ ପାତ୍ରପୁର ବ୍ଳକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ  ଡାକ୍ତର ଖାନାର ବିଭିନ୍ନ ଅସୁବିଧା ନେଇଏକ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଲୁହା ଛକ ଥରେ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର କର୍ମୀମାନେ ଏକ ବିରାଟ ମୋଟର ସାଇକେଲ ରାଲିରେ ଡାକ୍ତର ଖାନା ପାଖକୁ ପାଛୋଟି ଆଣିଥିଲେ। ଏଥିରେ ଦଳର ସଚିଦାନନ୍ଦ ରାଜଗୁରୁ, ରାମନାଥ ପାଣିଗ୍ରାହୀ, ଭୋଳ ପ୍ରଧାନ, ରିତା ମହାନ୍ତି, ମହେନ୍ଦ୍ର ପାତ୍ର, ସିତ।ରାମ ପ୍ରଧାନ ଦୁର୍ଯ୍ୟୋଧନ ରେଡି, ଭାବିନୀ ଶଙ୍କର ପ୍ରଧାନ, ବପୁଜି ବିଷୋୟୀ, ସରପଞ୍ଚ ସସାଙ୍କ ପାଣିଗ୍ରାହୀ, ଭଗବତୀ ପାଣିଗ୍ରାହୀ, ଦୀପକ କୁମାର ଜେନା, ଗାଣ୍ଡୁ ପାଢ଼ୀ, ରବୀନ୍ଦ୍ର ପାଇକ ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ।

Comments are closed.