www.samajalive.in
Saturday, December 13, 2025
14.1 C
Bhubaneswar

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବତା, ବିନା ରକ୍ତ ପରୀକ୍ଷାରେ ଜାଣିହେବ ରକ୍ତଶୂନ୍ୟତା

ଭୁବନେଶ୍ୱର: ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ଶର୍କରାର ସ୍ଥିତି। ଏଥି ସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ। ତାହା ପୁଣି ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ। ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଉଦ୍ୟୋଗ (ଷ୍ଟାର୍ଟଅପ୍‌) ଏହି ଅଭିନବ ଜ୍ଞାନକୌଶଳର ବିକାଶ କରିଛନ୍ତି। ଇଜି-ଆର୍‌ଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ। କୋଭିଡ୍‌-୧୯ ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବ। ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ। ଅନ୍ୟ ଏକ ସଂସ୍ଥା କୋଭିଡ-୧୯ ନିମନ୍ତେ ଦିଆଯାଉଥିବା ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ସଂରକ୍ଷଣ ସକାଶେ ‘ବାୟୋସିୟୋର’ ନାମକ ଏକ ଉପକରଣର ନିର୍ମାଣ କରିଛି।

ଏହାକୁ ମାକ୍‌ଫି ସଲ୍ୟୁସନ୍‌ ପ୍ରା.ଲିଃ. ସଂସ୍ଥା ଉତ୍ପାଦନ କରିବା ସକାଶେ ଆଇସିଏମ୍‌ଆର୍‌କୁ ମୂଲ୍ୟାଙ୍କନ ପାଇଁ ଆବେଦନ କରିଛି। ମେଡ୍‌-ଟେଲ୍‌ ହେଲଥ୍‌କେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିପାରୁଛି। ମେଡି-କିଟ୍‌ ଯାହା ଶରୀରର ତ୍ୱରିତ ଆଣ୍ଟିବଡି (ଶରୀରର ରୋଗ ପ୍ରତିରୋଧକ ଶକ୍ତି)ମାପିବାରେ ସଫଳ ହୋଇଛି। ଆଇସିଏମ୍‌ଆର୍‌ ଏହାକୁ ୯୨% ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛି। ଏହା ସାର୍ସ-କୋଭିଡ-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବ। ତା’ଛଡ଼ା ‘ସ୍ୱସ୍ଥ’ ନାମକ ଏକ କୋଭିଡ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଟେକ୍‌ ଷ୍ଟାର୍ଟଅପ୍‌ ବିକଶିତ କରାଯାଇଛି। ଅନ୍ୟ ଏକ ସଂସ୍ଥା ଆର୍‌ଟି-ପିସିଆର୍‌ ଏବଂ ଡିଏନ୍‌ଏ ପରୀକ୍ଷା ନିମନ୍ତେ ଉପକରଣ ନିର୍ମାଣ କରିଛନ୍ତି। କୋଭିଡର ଦ୍ୱିତୀୟ ଲହର ସମୟରେ ଏହା ପ୍ରାୟ ୧ ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଥିବା କୁହାଯାଉଛି।

- Advertisement -

ଏହିସବୁ ଷ୍ଟାର୍ଟଅପ୍‌ ଓଡ଼ିଶାରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ଅଧୀନରେ ଏସବୁକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟା ଗୁଡ଼ିକର ସମାଧାନ କରାଯାଉଛି। ଆଗାମୀ ଦିନରେ ଏସବୁ ଉଦ୍ୟୋଗ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇପାରିବ ବୋଲି ଆଶା କରାଯାଉଛି।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories