ଭୁବନେଶ୍ବର : ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୮୬ ବ୍ୟାଚ୍ର ଆଇପିଏସ୍ ଶ୍ରୀ ଅଭୟଙ୍କୁ ବୁଧବାର ରାତିରେ ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ହାଇଦ୍ରାବାଦ୍ସ୍ଥିତ ଏସ୍ଭିପି ଜାତୀୟ ପୁଲିସ ଏକାଡେମିର ନିର୍ଦେଶକ ଥିବା ଶ୍ରୀ ଅଭୟ ଏହି ଦାୟିତ୍ବ ପାଇବା ପରେ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ‘ସମାଜ’କୁ ପଠାଇଥିବା ଏକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ‘ମୁଁ ଓଡିଶା ପ୍ରଦେଶର ଆରକ୍ଷୀ ମହାନିରୀକ୍ଷକ ଭାବେ ନିଯୁକ୍ତି ପାଇ ଥିବାରୁ ଏହାକୁ ବିନୟର ସହିତ ସ୍ୱୀକାର କରୁଛି। ଓଡିଶାବାସୀଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ।’
ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଡିଜି ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି)ଙ୍କ ନିକଟକୁ ୧୯୮୬, ୧୯୮୭ ଓ ୧୯୮୮ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ତାଲିକା ପଠାଇଥିଲେ। ଏହି ତାଲିକାକୁ ବିଚାର କରି ୟୁପିଏସ୍ସି ପକ୍ଷରୁ ଶ୍ରୀ ଅଭୟ, ପ୍ରଦୀପ କପୁର ଏବଂ ବିଜୟ ଶର୍ମାଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏହି ୩ ଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଶ୍ରୀ ଅଭୟଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।
ଓଡ଼ିଶାବାସୀଙ୍କୁ ସେବା ଦେବାକୁ ପ୍ରତିିଶ୍ରୁତିବଦ୍ଧ : ନୂଆ ପୁଲିସ ଡିଜି ଅଭୟ
Popular Categories


