ନିବେଶକଙ୍କ ପାଇଁ ନୂଆ ବିକଳ୍ପ, ସର୍ବନିମ୍ନ ୧୦ ଲକ୍ଷ
ନୂଆଦିଲ୍ଲୀ : ସେୟାର ବଜାର ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ବିକଳ୍ପ ଆସିବ । ସେବିର କହିବାନୁସାରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଥିବା ଲୋକଙ୍କୁ ନୂଆ ବିକଳ୍ପ ପ୍ରଦାନ କରାଯିବ । ଏଥିରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାଠୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ହେବ । ସେବି ସ୍ପଷ୍ଟ କରିଛି ଏହି ନୂଆ ବିକଳ୍ପରେ ଛୋଟ ନିବେଶକଙ୍କୁ ପଇସା ଲଗାଇବାର ସୁଯୋଗ ଦିଆଯିବନି ।
ସେବି ଜଣାଇଛି କି ନିବେଶର ଏହି ନୂଆ ବିକଳ୍ପ ନିବେଶକଙ୍କ ଶ୍ରେଣୀ ନିର୍ଦ୍ଧାରିତ କରିବ । ଏହି ଉତ୍ପାଦ ଅଧିକ ଫ୍ଲେକ୍ସିବଲ୍ ଏବଂ ବିପଦପୂର୍ଣ୍ଣ(ରିସ୍କରେ ଭରା) ରହିବ । କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ନିବେଶକଙ୍କୁ ଏଥିରେ ନିବେଶ କରିବାର ସୁଯୋଗ ଦିଆଯିବ । ଏଥିରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ଲୋକେ । ଏହା ଖୁଚୁରା ନିବେଶକଙ୍କୁ ଅଟକାଇବ ଏବଂ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ନିବେଶକଙ୍କୁ ଆକର୍ଷିତ କରିବ । ଏହା ସହିତ ଅଣପଞ୍ଜୀକୃତ ପୋର୍ଟଫୋଲିଓ ପ୍ରବନ୍ଧନ ସେବା ପ୍ରଦାନକାରୀଙ୍କ ତରଫରୁ ଜାରି ହେଉଥିବା ଉତ୍ପାଦରେ ନିବେଶକୁ ମଧ୍ୟ ରୋକିବାରେ ଏହି ପଦକ୍ଷେପ ସାହାଯ୍ୟ କରିବ ବୋଲି ସେବି ସୂଚନା ଦେଇଛି ।
Comments are closed.