www.samajalive.in
Monday, December 15, 2025
17.1 C
Bhubaneswar

ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ ଓଡିଶା ମହୋତ୍ସବ

କଣ୍ଟାବାଞ୍ଜି : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରୁବାର ନୂତନ ଓଡିଶା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ମହାବିଦ୍ୟାଳୟର ଅଧକ୍ଷ  ରାଜେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞପିତ ଅଞ୍ଚଳ ପରିଷଦର ନଗରପାଳ ବରିୟାମ ସିଂ ସାଲୁଜା ଯୋଗଦାନ କରି ଜୀବନରେ ଦୃଢ଼ ଲକ୍ଷ୍ୟ ରଖି ଦୃଢ ସଂଘର୍ଷ କରିବା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣ ଓ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତ ପ୍ରକାଶ କରିଥିଲେ। ଜୀବନ ଯୁଦ୍ଧ ସିଏ ହିଁ ଜିତି ପାରେ ଯିଏ ସଦା ସର୍ବଦା ମାନସିକ ସ୍ତରରେ ଦୃଢ଼ ଥାଏ ବୋଲି କହି ଛାତ୍ରୀ ମାନଙ୍କୁ ଖେଳୁଆଡ ମନୋଭାବ ନେଇ ଏହି ନୂଆ ଓଡିଶା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ।  ୱାର୍ଡ ନମ୍ବର -୩ର କାଉନସିଲର  ମନୀଷ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୃନ୍ଦାବନ ନାଗ ଛାତ୍ରୀମାନଙ୍କୁ ଜୀବନରେ ଭଲ ପାଠ ପଢିବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଜୀବନ ବଞ୍ଚିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଇଂରାଜୀ ଅଧ୍ୟାପକ ସୋମନାଥ ମେହେର ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଜିତେନ୍ଦ୍ର ସୁନା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମର ନୋଡାଲ ଅଫିସର ଯୁଧିଷ୍ଠିର ବେହେରା ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଦକ୍ଷତାକୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପହଂଚାଇବା ପାଇଁ ଅନୁରୋଧ କରିଥିଲେ।

ପ୍ରଥମେ ମହାବିଦ୍ୟାଳୟର ଖେଳ ବିଭାଗରେସକ୍ରିୟ ଥିବା ଛାତ୍ରୀମାନେ ଅଧ୍ୟାପିକା ସୁନନ୍ଦା ରଥ ଓ ଅଧ୍ୟାପକ ସୋମନାଥ ମେହେର ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ସ୍ଥିତ ଶ୍ୟାମ ମନ୍ଦିରରୁ ମଶାଲ ଯାତ୍ରା କରି ମହାବିଦ୍ୟାଳୟକୁ ଆଣିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories