www.samajalive.in
Monday, December 15, 2025
26.1 C
Bhubaneswar

କନ୍ଧମାଳରେ ମେଗା ଜଳ ପ୍ରକଳ୍ପ ସଂପୂର୍ଣ୍ଣ ନେଇ ସନ୍ଦେହ

ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତିନିପଞ୍ଚାୟତ ବାସୀଙ୍କ ନିଷ୍ପତ୍ତି
ଫୁଲବାଣୀ : କନ୍ଧମାଳରେ ମେଗା ଜଳ ପ୍ରକଳ୍ପ ସଂପୂର୍ଣ୍ଣ ନେଇ ସନ୍ଦେହ। ଏପଟେ ନିର୍ମାଣ , ସେପଟେ ଖୋଳା। ଲକ୍ଷାଧିକ ଟଙ୍କାର ପାଇପ୍ ନଷ୍ଟ। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତିନିପଞ୍ଚାତ ବାସୀଙ୍କ ନିଷ୍ପତ୍ତି ନେଇଥିବାର ପ୍ରକାଶ।
ସରକାର ଜନସଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଠିକାଦାର ହୁଅନ୍ତୁ ଅବା ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନ ମାନର କାର୍ଯ୍ୟ ପାଇଁ ଠିକ ଭାବରେ କାମ ହୋଇ ପାରୁନଥିବା ବେଳେ ବିଭିନ୍ନ ସମୟରେ କାମରେ ନଲାଗି ଖତ ହେଉଛି ସରକାରୀ ସମ୍ପତ୍ତି । ଏମିତି ଏକ କାର୍ଯ୍ୟ ଦେଖିବାକୁ ମିଳିଛି ଚକାପାଦ ବ୍ଲକ ଶଙ୍କରାଖୋଲ ଠାରୁ ଖଜୁରୀପଡା ଯାଇଥିବା ରାସ୍ତା କାର୍ଯ୍ୟରେ । ଦୀର୍ଘ ୨୫ କିଲୋମିଟରର ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ଉଭୟ ପାର୍ଶ୍ଵ ରାସ୍ତାରେ ଡ୍ରେନ ନିର୍ମାଣ, ଗାର୍ଡ ୱାଲ, ରାସ୍ତା ପ୍ରଶସ୍ତି କରଣ ଚାଲିଛି। ହେଲେ ଏହି ରାସ୍ତାରେ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଗତ କିଛି ଦିନ ହେବ ଏଲଏନଟି କମ୍ପାନୀ କୁସୁମେଣ୍ଡି, ବପ୍ଳମେଣ୍ଡି, ଶଙ୍କରାଖୋଲ ଭଳି ଅନେକ ଗାଁ ପାଇଁ ପ୍ରାୟ ୧୨ କିଲୋମିଟର ରାସ୍ତା ପାର୍ଶ୍ୱରେ ଲକ୍ଷ ଲକ୍ଷ ଟଙ୍କାର ପାଇପ ପୋତିଥିଲା। ଏହା ବର୍ତ୍ତମାନ ସୁଦ୍ଧା କାମରେ ଲାଗି ନଥିବା ବେଳେ ଏବେ ଏଆରଏସଏସ ଠିକା କମ୍ପାନୀ ଏହି ରାସ୍ତା କାର୍ଯ୍ୟ କାମ ଚାଲୁ ରଖିଛି। ତେବେ ଏଲଏନଟି କମ୍ପାନୀର ମେଗା ଜଳ ପ୍ରକଳ୍ପର ଠିକାଦାର ମନମୁଖୀ ଭାବେ କୁଜି ଠିକାଦାରଙ୍କୁ ଏହି ପାଇପ ବିଛାଇବା କାମ ଦେଇଥିବା ବେଳେ ନିୟମ ମୁତାବକ ୪ ଫୁଟ ଗଭୀର ପୋତିବାକୁ ଥିବା ବେଳେ କେଉଁଠି ୨ ଫୁଟ ତ କେଉଁଠି ୩ ଫୁଟ ଖୋଳି ମନ ଇଚ୍ଛା ପାଇପ ବିଛାଇଥିବା ବେଳେ ବର୍ତମାନ ରାସ୍ତା କାମରେ ଜେସିବି ଦ୍ବାରା ମାଟି ଖୋଳିବା କାର୍ଯ୍ୟ ଚାଲିଛି। ତେବେ ଏଆରଏସଏସର ଏହି କାର୍ଯ୍ୟରେ ପାଇପ ତାଡି ହୋଇ ଉପୁଡ଼ି ଫାଟି ଲକ୍ଷ ଲକ୍ଷ ଟଙ୍କାର ପାଇପ ନଷ୍ଟ ହେଉଛି। ତେବେ ମନ ଇଚ୍ଛା କାମ କରିଥିବାରୁ ପାଇପ ଗୁଡିକ ନଷ୍ଟ ହୋଇଥିବାରୁ ପୁଣି ଥରେ ନଷ୍ଟ ହୋଇଥିବା ଜାଗା ଗୁଡିକରେ ନୂତନ ପାଇପ ବିଛାଇବା ପାଇଁ ୩ଟି ଗ୍ରାମ ପଞ୍ଚାୟତବାସୀ ଦାବି କରିଛନ୍ତି । ଅନ୍ୟ ପଟେ ନିମ୍ନ ମାନର କାର୍ଯ୍ୟ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଥିବା ବେଳେ ପୁଣି ଥରେ ଠିକ ଭାବରେ ପାଇପ ବିଛା ନଗଲେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ ନେଇଥିବା ଜଣାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories