www.samajalive.in
Sunday, December 14, 2025
23.1 C
Bhubaneswar

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିରାକାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବାର୍ଷିକ କ୍ରୀଡା ଉତ୍ସବର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଘଷିପୁରା ବ୍ଲକର ପୁର୍ବତନ ଅଧ୍ୟକ୍ଷ ସମାଜସେବୀ ଦେବାଶିଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ପିପିଳିଆ ସରପଞ୍ଚ ଗୋଲାପ ନାଏକ,ସାମାଜିକ କର୍ମୀ ସିକନ ପାଢ଼ୀ, କେଶବ ବେହେରା, ରଞ୍ଜିତା ରାଉତ, ଏସ. କେ ଇମରାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ମହତ୍ୱ ବୁଝାଇଥିଲେ । ନୋଡାଲ ଅଧିକାରୀ ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ପ୍ରାଧ୍ୟାପକ ଅମିୟ କୁମାର ରାଉତ, ଘନଶ୍ୟାମ ମହାନ୍ତ, ଜତିନ୍ଦ୍ର ସାହୁ, ସତ୍ୟାନନ୍ଦ ପଣ୍ଡା,ଚନ୍ଦ୍ରଶେଖର ଭୂୟାଁ, ସମୀର  ସାହୁ, ପ୍ରାଧ୍ୟାପିକା କାଞ୍ଚନ ଲତା ସାହୁ, ରଶ୍ମିତା ପୃଷ୍ଟି, ଅନୁସ୍ମିତା ପାଣିଗ୍ରାହୀ ଓ କର୍ମଚାରୀ ନନ୍ଦଲାଲ ମହାନ୍ତ, ଜଗମୋହନ ମହାନ୍ତ, ମୂରଲୀଧର ନାୟକ, ପ୍ରଫୁଲ୍ଲ ଦଣ୍ଡପାଟ ,ପ୍ରଫୁଲ୍ଲ ମହାନ୍ତ, ଜତିଶ ମହାନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମଶାଲ ଶୋଭାଯାତ୍ରାରେ ପ୍ରାୟ ୩ ଶହ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Hot this week

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

Related Articles

Popular Categories