www.samajalive.in
Sunday, December 14, 2025
19.1 C
Bhubaneswar

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀଙ୍କୁ ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ପଡିଥିଲା। ଦୈନିକ ଶତାଧିକ ବିମାନର ଉଡାଣ ବାତିଲ ହୋଇଥିବାବେ​‌େ​‌ଳ କିଏ ବାହା ହୋଇପାରିଲାନି ତ ଆଉ କିଏ ଚାକିରି ପାଇଁ ସାକ୍ଷାତକାର ଦେବାରୁ ବଞ୍ଚିତ ହୋଇଥିଲେ। ହରିୟାଣାର ରୋହତକ ନିବାସୀ ରାଜନାଥ ପାଘଂଲଙ୍କୁ ମଧ୍ୟ ଏହି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ଡିସେମ୍ବର ୮ରୁ ଅାରମ୍ଭ ହେବାକୁ ଥିବା ପୁଅର ପ୍ରି-ବୋର୍ଡ ପରୀକ୍ଷା ପାଇଁ ରାଜନାଥ ଦିଲ୍ଲୀରୁ ଇନ୍ଦୋର ପର୍ଯ୍ୟନ୍ତ ବିମାନ ଟିକଟ ବୁକ୍‌ କରିଥିଲେ। ଡିସେମ୍ବର ୬ ତାରିଖ ସନ୍ଧ୍ୟା ୫ଟା ୩୫ ମିନିଟ ସମୟରେ ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ଉଡାଣ ଆରମ୍ଭ କରିବାର ଥିଲା। ବାପା-ପୁଅ ନିର୍ଦ୍ଧାରିତ ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ଇନ୍ଦୋରଗାମୀ ବିମାନ ବାତିଲ ହେବା ଶୁଣି ସେମାନେ ବିବ୍ରତ ହୋଇପଡିଥିଲେ। କ’ଣ କରିବେ, ସେହି ଚିନ୍ତା ସେମାନଙ୍କୁ ଘାରିଥିଲା। ଶେଷରେ ପୁଅକୁ କାର୍‌ରେ ବସାଇ ଇନ୍ଦୋର ଯିବାକୁ ରାଜନାଥ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀରୁ ଇନ୍ଦୋର ପର୍ଯ୍ୟନ୍ତ ୮୦୦ କିମି ରାସ୍ତାକୁ ରାଜନାଥ କାର୍‌ ଚଳାଇ ଯାଇଥିଲେ। ବାଟରେ ରାସ୍ତା ଖରାପ ଥିବାରୁ ସେମାନଙ୍କୁ ଅବଶ୍ୟ ଅସୁବିଧା ଭୋଗିବାକୁ ପଡିଥିଲା। ଶେଷରେ ୮ ତାରିଖ ସକାଳ ୭ଟା ସମୟରେ ରାଜନାଥ ପୁଅକୁ ଧରି ସ୍କୁଲରେ ପହଞ୍ଚିଥିଲେ। ଇଣ୍ଡିଗୋ ଇତିମଧ୍ୟରେ ସେମାନଙ୍କର ବିମାନ ଭଡା ଫେରାଇଛି ସତ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେମାନେ ଯେଉଁ ମାନସିକ, ଶାରୀରିକ ଓ ଆର୍ଥିକ ନିର୍ଯାତନା ଭୋଗିଲେ, ତାହାକୁ ଏୟାରଲାଇନ୍ସ କିଭଳି ପୂରଣ କରିବ, ସେଥିନେଇ ରାଜନାଥ ପ୍ରଶ୍ନ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories