www.samajalive.in
Tuesday, December 9, 2025
15.1 C
Bhubaneswar

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହାସଲ କରିବାକୁ ରହିଛି ଲକ୍ଷ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍‌ ଏବଂ ଫାକଲଟି ମେମ୍ବରମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଓଡ଼ିଶାରେ ହ୍ୟୁମାନ କ୍ୟାପିଟାଲ ଡେଭଲପ୍‌ମେଣ୍ଟ ନିମନ୍ତେ ଟ୍ରାନ୍ସଫରମେଟିଭ୍‌ ଟ୍ରେନିଂ, ନୂଆ ନୂଆ ଗବେଷଣା ଏବଂ ପାଥ୍‌ ଟ୍ରେନିଂ ଇନୋଭେସନ ମାଧ୍ୟମରେ ଗବେଷଣା ପାଇଁ ସ୍ଥିର ହୋଇଛି।
ଆଲୋଚନା ବିଶେଷତଃ ଫାକଲଟି ଟ୍ରେନିଂ, ଷ୍ଟୁଡେଣ୍ଟ ଇଣ୍ଟରନ୍‌ସିପ୍‌ ମିଳିତ ସହଯୋଗରେ ଗବେଷଣା ଏବଂ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ତାଲିମ୍‌ ପ୍ରଦାନ ସମ୍ପର୍କରେ ହୋଇଥିଲା। ରାଜ୍ୟ ସରକାର ଏବଂ ସଂଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ବିଶେଷ ଉଦ୍ଦେଶ୍ୟ ସାଧନ କରୁଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଓ ଗବେଷଣା ସ୍ତରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଓଡ଼ିଶାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ପରିଚିତ ସ୍ୱନାମଧନ୍ୟ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟକୁ ଏହି ମିଳିତ ସହଯୋଗ ନିମନ୍ତେ ଚୟନ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ଓ ଗବେଷଣା ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସହଭାଗିତା ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ଦେଶରେ ଗବେଷଣା ନିମନ୍ତେ ଏକ ହବ୍‌(ପେଣ୍ଠସ୍ଥଳୀ)ରେ ପରିଣତ କରିବା ପାଇଁ ଆଶା ରଖିଛନ୍ତି।
ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ଉପରୋକ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଆନନ୍ଦିତ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଆମେ ଆମର ଛାତ୍ରଛାତ୍ରୀ, ଫାକଲଟି ଏବଂ ସରକାରୀ ଅଧିକାରୀମାନଙ୍କର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ପ୍ରକାଶ କରିଥିଲେ । ଏହି ସହଯୋଗ ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଏକ ନୂଆ ରୂପ ଦେବ, ଏହା ନିଃସନ୍ଦେହ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ । ମିଳିତ ସହଯୋଗରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀ ଏବଂ ଫାକଲଫିମାନଙ୍କ ପାଇଁ ଏକ୍ସଚେଞ୍ଜ ପ୍ରୋଗ୍ରାମ, ମିଳିତ ଗବେଷଣା ପ୍ରକଳ୍ପ ଏବଂ ରାଜ୍ୟ ସରକାରୀ ପଦାଧିକାରୀମାନଙ୍କ ପାଇଁ କାପାସିଟି ବିଲ୍‌ଡିଂ କାର୍ଯ୍ୟକ୍ରମ ଉପରେ ମୁଖ୍ୟତଃ ଗୁରୁତ୍ୱ ଦେବେ।
ଏହି ସହଭାଗିତା ଶିକ୍ଷାର ମାନ, ନୂତନ ଉଦ୍ଭାବନ ଓ ଜ୍ଞାନର ବିନିମୟ ଦ୍ୱାରା ଓଡ଼ିଶାର ସୁଦୂରପ୍ରସାରୀ ବିକାଶ ପାଇଁ ଭିତ୍ତିଭୂମି ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରକାଶ ଥାଉ କି, ଅନ୍ତର୍ଜାତୀୟ ସ୍ତରରେ, ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ୧୧ତମ ସ୍ଥାନରେ ରହିଛି। ତେଣୁ ବିଶ୍ୱସ୍ତରୀୟ ଏହିଭଳି ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହଯୋଗ ସ୍ଥାପନ କରିବା ଦ୍ୱାରା ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories