www.samajalive.in
Monday, December 15, 2025
17.1 C
Bhubaneswar

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହାସଲ କରିବାକୁ ରହିଛି ଲକ୍ଷ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଡିନ୍‌ ଏବଂ ଫାକଲଟି ମେମ୍ବରମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଓଡ଼ିଶାରେ ହ୍ୟୁମାନ କ୍ୟାପିଟାଲ ଡେଭଲପ୍‌ମେଣ୍ଟ ନିମନ୍ତେ ଟ୍ରାନ୍ସଫରମେଟିଭ୍‌ ଟ୍ରେନିଂ, ନୂଆ ନୂଆ ଗବେଷଣା ଏବଂ ପାଥ୍‌ ଟ୍ରେନିଂ ଇନୋଭେସନ ମାଧ୍ୟମରେ ଗବେଷଣା ପାଇଁ ସ୍ଥିର ହୋଇଛି।
ଆଲୋଚନା ବିଶେଷତଃ ଫାକଲଟି ଟ୍ରେନିଂ, ଷ୍ଟୁଡେଣ୍ଟ ଇଣ୍ଟରନ୍‌ସିପ୍‌ ମିଳିତ ସହଯୋଗରେ ଗବେଷଣା ଏବଂ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ତାଲିମ୍‌ ପ୍ରଦାନ ସମ୍ପର୍କରେ ହୋଇଥିଲା। ରାଜ୍ୟ ସରକାର ଏବଂ ସଂଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ବିଶେଷ ଉଦ୍ଦେଶ୍ୟ ସାଧନ କରୁଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଓ ଗବେଷଣା ସ୍ତରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଓଡ଼ିଶାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ପରିଚିତ ସ୍ୱନାମଧନ୍ୟ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟକୁ ଏହି ମିଳିତ ସହଯୋଗ ନିମନ୍ତେ ଚୟନ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ଓ ଗବେଷଣା ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସହଭାଗିତା ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ଦେଶରେ ଗବେଷଣା ନିମନ୍ତେ ଏକ ହବ୍‌(ପେଣ୍ଠସ୍ଥଳୀ)ରେ ପରିଣତ କରିବା ପାଇଁ ଆଶା ରଖିଛନ୍ତି।
ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ଉପରୋକ୍ତ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଆନନ୍ଦିତ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଆମେ ଆମର ଛାତ୍ରଛାତ୍ରୀ, ଫାକଲଟି ଏବଂ ସରକାରୀ ଅଧିକାରୀମାନଙ୍କର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ପ୍ରକାଶ କରିଥିଲେ । ଏହି ସହଯୋଗ ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଏକ ନୂଆ ରୂପ ଦେବ, ଏହା ନିଃସନ୍ଦେହ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ । ମିଳିତ ସହଯୋଗରେ ବିଭିନ୍ନ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀ ଏବଂ ଫାକଲଫିମାନଙ୍କ ପାଇଁ ଏକ୍ସଚେଞ୍ଜ ପ୍ରୋଗ୍ରାମ, ମିଳିତ ଗବେଷଣା ପ୍ରକଳ୍ପ ଏବଂ ରାଜ୍ୟ ସରକାରୀ ପଦାଧିକାରୀମାନଙ୍କ ପାଇଁ କାପାସିଟି ବିଲ୍‌ଡିଂ କାର୍ଯ୍ୟକ୍ରମ ଉପରେ ମୁଖ୍ୟତଃ ଗୁରୁତ୍ୱ ଦେବେ।
ଏହି ସହଭାଗିତା ଶିକ୍ଷାର ମାନ, ନୂତନ ଉଦ୍ଭାବନ ଓ ଜ୍ଞାନର ବିନିମୟ ଦ୍ୱାରା ଓଡ଼ିଶାର ସୁଦୂରପ୍ରସାରୀ ବିକାଶ ପାଇଁ ଭିତ୍ତିଭୂମି ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରକାଶ ଥାଉ କି, ଅନ୍ତର୍ଜାତୀୟ ସ୍ତରରେ, ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା କ୍ଷେତ୍ରରେ ୧୧ତମ ସ୍ଥାନରେ ରହିଛି। ତେଣୁ ବିଶ୍ୱସ୍ତରୀୟ ଏହିଭଳି ଶିକ୍ଷାନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହଯୋଗ ସ୍ଥାପନ କରିବା ଦ୍ୱାରା ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories