କେନ୍ଦୁଝରଗଡ଼: କେନ୍ଦୁଝରଗଡ଼ ପୌରପାଳିକା ୧ନଂ ୱାର୍ଡ ଅଧିନ ମାଘୁସାହିସ୍ଥିତ ଉପାଧ୍ୟାୟ ପୋଖରୀ ହୁଡା ତଳେ ଆଜକୁ ୫୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବସବାସ କରି ଆସୁଛନ୍ତି ବହୁ ଗରିବ ପରିବାର। ଏହି ଗରିବ ଭୂମିହୀନଙ୍କୁ ସରକାରଙ୍କ ଜାଗା ମିଶନ ଯୋଜନାରେ ଜମି ପଟ୍ଟା ଯୋଗାଣ ସହ ବାସଗୃହ ଯୋଗାଇ ଦେବାକୁ ଦାବି ହେଉଛି। ସୋମବାର ଜିଲାପାଳଙ୍କୁ ସାଧାରଣ ଅଭିଯୋଗ ଶୁଣାଣିରେ ଭେଟି ଏନେଇ ଗୁହାରୀ କରିଛନ୍ତି ହିତାଧିକାରୀ। ସ୍ଥାନୀୟ କାଉନସିଲର ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସୁନୀତା ମୁଖୀ, ଲକ୍ଷ୍ମୀ ରଣା, ସୁକାନ୍ତି ନାଏକ, ପବନୀ ନାଏକ, ଦୂତୀ ନାଏକ, ଗୁରୁବାରୀ ନାଏକ, ପୁଷ୍ପଲତା ନାଏକ, ଲକ୍ଷ୍ମୀ ନାଏକ, ଶ୍ରୀମତୀ ନାଏକ ପ୍ରମୁଖ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ସରକାରଙ୍କ ଯୋଜନାରେ ସାମିଲ ସମସ୍ତ ପ୍ରକାର ସହାୟତା ପାଇ ଆସୁଥିବା ବେଳେ ଭୂମିହୀନ ହୋଇଥିବାରୁ ବାସଗୃହ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ଜାଗା ମିଶନ ଯୋଜନାରେ ଜମି ପଟ୍ଟା ପ୍ରଦାନ ସହ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
Popular Categories



