www.samajalive.in
Thursday, December 11, 2025
16.1 C
Bhubaneswar

ଅଘୋଷିତ ବିଦ୍ୟୁତକାଟ; ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

କେନ୍ଦୁଝରଗଡ଼: ଗ୍ରୀଷ୍ମ ଋତୁରେ କୌଣସି ପରିସ୍ଥିତିରେ ବିଦ୍ୟୁତକାଟ ହେବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରତିକ୍ରିୟା ରଖୁଥିବା ବେଳେ କେନ୍ଦୁଝର ଜିଲାରେ ମରାମତି ଆଳରେ ଦିନକୁ ୧୦ରୁ ୧୨ଘଣ୍ଟା ବିଦ୍ୟୁତ୍‌‌କାଟ ଉପଭୋକ୍ତାଙ୍କ ମଧ୍ୟରେ ଆନ୍ଦୋଳନ ପାଇଁ ଖୋରାକ ଯୋଗାଇଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ବେଶ୍‌‌ ପ୍ରଭାବିତ ହେଉଛି। ଏହି ସମୟରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଆହୁରି ଅଧିକ କଲବଲ କରୁଛି। ଜିଲା ମୁଖ୍ୟାଳୟରେ ଯେଭଳି ଭାବେ ଦୈନିକ ଅଘୋଷିତ ବିଦ୍ୟୁତ କାଟ ହେଉଛି ଗ୍ରାମାଞ୍ଚଳରେ କିଭଳି ବିଦ୍ୟୁତ ଯୋଗାଣ ହେଉଥିବା ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ମଙ୍ଗଳବାର ଟାଟା ପାୱାର କେନ୍ଦୁଝରର ନିର୍ବାହୀ ଯନ୍ତ୍ରୀ ମୀନକେତନ ସାମଲଙ୍କୁ ଭେଟି ଏହି ପ୍ରଶ୍ନ କରିଛନ୍ତି। ଅଘୋଷିତ ବିଦ୍ୟୁତ୍‌‌କାଟ ଯୋଗୁଁ ବିଶେଷକରି ପାଇପଯୋଗେ ପାନୀୟଜଳ ଯୋଗାଣ ଅଧିକାଂଶ ଦିନ ବ୍ୟାହତ ହେଉଥିବାରୁ ସାଧାରଣ ଜୀବନଯାତ୍ରା ବେଶ୍‌‌ ପ୍ରଭାବିତ ହେବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ଏଭଳିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଜେନସେଟ୍‌‌ କିମ୍ବା ଇନଭର୍ଟର ବିକଳ୍ପ ବିଦ୍ୟୁତ୍‌‌ ସେବା ହୋଇପାରୁନଥିବାରୁ ଲୋକେ ନାହିଁନଥିବା ଅସୁବିଧାର କିଭଳି ସମ୍ମୁଖୀନ ହେଉଛନ୍ତି ସେ ନେଇ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ବହୁ କର୍ମୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ଘେରାଉ କରିଥିଲେ। ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ ପରଠାରୁ କେନ୍ଦୁଝର ଜିଲାରେ ଯେଭଳି ଭାବେ ବର୍ଷତମାମ ବିଦ୍ୟୁତକାଟ ହେଉଥିବାରୁ ଏହି ସଂସ୍ଥା ଉପରେ ହିତାଧିକାରୀଙ୍କ ଆସ୍ଥା ଆଉ ରହୁନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବିଭାଗୀୟ ଅଧିକାରୀ ନିଜେ କିଭଳି ସୁରକ୍ଷିତ ରହିବେ ତାହାକୁ ଦୃଷ୍ଟିରେ ରଖି ଭିଆଇପି ବସବାସ କରୁଥିବା ଅଞ୍ଚଳରେ ନିରବଛିନ୍ନ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ସହରତମାମ୍‌‌ ଅଘୋଷିତ ବିଦ୍ୟୁତ୍‌‌କାଟ ଲୋକଙ୍କୁ ଅସ୍ତ୍ୟବସ୍ତ କରିବା ସହ ବିଦ୍ୟୁତ୍‌‌କାଟ ଯୋଗୁଁ ଜୀବନଜୀବିକା ମଧ୍ୟ ଅନେକାଂଶରେ ପୟଭାବିତ ହେଉଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ତୁରନ୍ତ ବିଦ୍ୟୁତ ଯୋଗାଣରେ ସୁଧାର ନଆସିଲେ ଆଗାମୀ ଦିନରେ ଟାଟା ପାୱାର ବିରୋଧରେ ହିତାଧିକାରୀଙ୍କ ସହଯୋଗରେ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ସତର୍କ କରାଇ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories