ଓଡ଼ିଶା ପାଇଁ ଆସିଲା ନୂଆ ଗାଇଡ୍‌ ଲାଇନ୍‌ – ରାତ୍ରୀ କାଳୀନ କର୍ଫ୍ୟୁ ଜାରି ଏହା ରହିଛି ଅନ୍ୟ କଟକଣା

ଭୁବନେଶ୍ୱର – ଓମିକ୍ରନ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି  କରାଯାଇଛି ।ସ୍ୱତନ୍ତ୍ର ରିଲିଫ କମିଶନର  ପ୍ରଦୀପ ଜେନା ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କେତେକ ପରିବର୍ତ୍ତନ ସମ୍ପର୍କରେ କହିଛନ୍ତି। ତିନିଗୁଣ ଅଧିକ ସଂକ୍ରମିତ ହେଉଛି ଓମିକ୍ରନ ।  ରାଜ୍ୟରେ ସକ୍ରିୟ କରୋନା ମାମଲା ୨ ଲକ୍ଷ ରହିଛି ।  ଏବେ ଦୈନିକ ସଂକ୍ରମଣ ଗତକାଲି ୬୮୦ ଆଜି ୧୨୦୦ରୁ ଅଧିକ  ରହିଛି । ରାଜ୍ୟରେ କରୋନା ବା ଓମିକ୍ରନ ସଂକ୍ରମଣ ବଢୁଥିବାରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି  ।

ସମସ୍ତଙ୍କୁ ସତର୍କ ହେବା ପାଇଁ ପରାମର୍ଶ  ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସାମ୍ଭବ୍ୟ ତୃତୀୟ ଲହର ପାଇଁ ଓମିକ୍ରନ ଦାୟୀ ହୋଇପାରେ ବୋଲି କହିଛନ୍ତି ।  ଦୁଇଟି ଟିକା ନେଇଥିଲେ ବି ସଂକ୍ରମିତ ହେଉଛନ୍ତି  । ଶ୍ରୀ ଜେନା ଦେଇଥିବା ସୂଚନାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଯାଇଛି ।

 

ଟିକା ନେଇଥିବା ଲୋକଙ୍କୁ କମ୍‌  ପ୍ରଭାବ ପକାଉଛି କରୋନା ମାତ୍ର ସେମାନ ପ୍ରଭାବିତ ହେଉଛନ୍ତି  ।  ମାସ୍କ ପିନ୍ଧିବା ପାଇଁ କୁହାଯାଇଛି ।

ସାମାଜିକ ଦୂରତ୍ୱ ରଖିବା ପାଇଁ କୁହାଯାଇଛି ।

ହାତ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ୱ ।

 

ଜୀବନ ଜୀବିକା ଭିତରେ ,ସମନ୍ୱୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଚେଷ୍ଟା ।

ରାତ୍ରୀ କାଳୀନ କର୍ଫ୍ୟୁଜାରି ।

ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

ଅତ୍ୟାବଶକୀୟ ସେବାକୁ ଛାଡି ସବୁ ବନ୍ଦ ରହିବ ।

ଜିମ୍‌ ସ୍ୱିମିଂ ପୁଲ୍‌ ଉପରେ କଟକଣା ।

ବାହାଘର ବ୍ରତଘରରେ ୧୦୦ , ବରଯାତ୍ରୀରେ ୩୦- ବାଜାବାଲାଙ୍କୁ ମିଶାଇ , ଏବଂ ଶେଷ କୃତ୍ୟରେ ୫୦ ଜଣଙ୍କୁ ଅନୁମତି

ସମସ୍ତ ସ୍ତୁଲ୍‌ ବନ୍ଦ ।

ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ।

ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିବ ।

ଆସେସ୍‌ମେଣ୍ଟ ପରୀକ୍ଷା ଚାଲୁ ରହିବ ।

ହାଟ ମାର୍କେଟ ଏବଂ ବଜାରରେ ଭିଡ କମ୍‌ କରିବା ପାଇଁ ଚେଷ୍ଟା କରିବେ ।

 ମଲ୍‌ ଏବଂ ଦେକାନୀ ଏହି ଦାୟିତ୍ୱ ଢିଲା କଲେ କାର୍ଯ୍ୟାନୁଷ୍ଠାନ  ହେବ । ୭ ଦିନ ପର୍ଯ୍ୟନ୍ତ ସିଲ୍‌ କରାଯିବ । 

ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ କ୍ରମ ମନା 

ଖୋଲା ସ୍ଥାନରେ ରାଜନୈତିକ ଏବଂ ଖେଳ ପରି କାର୍ଯ୍ୟକ୍ରମ ପାଇଁ ୧୦୦ ଲୋକଙ୍କୁ ଅନୁମତି ।

ପ୍ରଦର୍ଶନୀ ବନ୍ଦ ,

ସର୍ବସାଧାରଣ ସ୍ଥାନରେ ପିକ୍‌ନିକ ବନ୍ଦ ।

କଲ୍ୟାଣମଣ୍ଡପ ସହ ଅନ୍ୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟ ବନ୍ଦ ।

ମନ୍ଦିରରେ ଧାର୍ମିକ କାର୍ଯ୍ୟାନୁଷ୍ଠାନ କଟକଣା ସହ ହେବ  । ନୀତି କରାଯିବ ଗହଳି ହେବ ନାହିଁ । ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ହୋଟେଲ ରେଷ୍ଟୁରାଣ୍ଟ ବାର୍‌ ପବ୍‌ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ ।

ରାସ୍ତାକଡ ବ୍ୟବସାୟୀ ରାତି ୯ ଟା ପର୍ଯ୍ୟନ୍ତ ବ୍ୟବସାୟ କରିବେ , ଭିଡ ନହେବା ପାଇଁ ଦୃଷ୍ଟି ଦେବେ , ୫ ଜଣ ଲୋକ ରହିବେ , ସାମାଜିକ ଦୂରତ୍ୱ ରଖିବେ ।

ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । 

ବେସରକାରୀ କାର୍ଯ୍ୟାଳୟରେ ଅଳ୍ପ ଲୋକଙ୍କୁ ନେଇ କରିବା ପାଇଁ ନିର୍ଦେଶ ।

କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ଅଳ୍ପ କର୍ମଚାରି ରହିବା ପାଇଁ ନିର୍ଦେଶ ଦିଆଯାଇଛି । 

 

ଲୋକ ନମାନିଲେ ପରିସ୍ଥିତି ନିୟନ୍ତ୍ରଣରେ ନ ରହିଲେ  କୋଠର କଟକଣା ନିଆଯାଇପାରେ ବୋଲି ସୂଚନା ।

 

 

 

 

Comments are closed.