www.samajalive.in
Sunday, December 14, 2025
19.1 C
Bhubaneswar

‘ଅଭିନନ୍ଦନ’, ‘ବାଲାକୋଟ’, ‘ପୁଲୱାମ’, ‘ଏୟାର ଷ୍ଟ୍ରାଇକ’ ନାମରେ ଚଳଚ୍ଚିତ୍ର ପଞ୍ଚିକରଣ ପାଇଁ ନିର୍ଦ୍ଦେଶକଙ୍କ ଭିଡ

ନୂଆଦିଲ୍ଲୀ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ବର୍ତ୍ତମାନ ସମଗ୍ର ଭାରତୀୟଙ୍କ ପାଇଁ ନାୟକ ପାଲଟିଯାଇଛନ୍ତି। ଅଭିନନ୍ଦନଙ୍କ ଅଦମ୍ୟ ସାହସ ଆଗରେ ପୁରା ଦେଶ ନତମସ୍ତକ କରିଛି। ଏଭଳି ଅଦମ୍ୟ ସାହସ କାହାଣୀକୁ ନେଇ ବଲିଉଡ କିପରି ବା ଚଳଚ୍ଚିତ୍ର ନିର୍ମାଣ ନ କରିବ।
ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିନନ୍ଦନ, ପୁଲୱାମା, ବାଲାକୋଟ ଭଳି ନାମରେ ବିଭିନ୍ନ ଚଳଚ୍ଚିତ୍ର ନିର୍ମାଣ ପାଇଁ ପଞ୍ଚିକରଣ କରାଯାଇଛି। ଭାରତ ପାକିସ୍ତାନ ମଧ୍ୟରେ କେବଳ ବିଦ୍ରୋହର ସମ୍ପର୍କ ନୁହେଁ ବିଭିନ୍ନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ହଫପୋଷ୍ଟ ଖବର ଅନୁସାରେ ପଞ୍ଚିକରଣ କରାଯାଇଥିବା ବିଭିନ୍ନ ଚଳଚ୍ଚିତ୍ର ନାମ ରହିଛି ଯେପରିକି ପୁଲୱାମା : ଦ ସର୍ଜିକାଲ ଷ୍ଟ୍ରାଇକ, ୱାର ରୁମ, ହିନ୍ଦୁସ୍ଥାନ ହମାରା ହେ, ପୁଲୱାମା ଟେରର ଆଟାକ, ଦ ଆଟାକ ଅପ ପୁଲୱାମା ଆଦି ରହିଛି।
ସୂଚନାଯୋଗ୍ୟ ଯେ ଇଣ୍ଡିଆନ ମୋସନ ପିକ୍‍ଚରର୍ସ ପ୍ରୋଡ୍ୟୁସର୍ସ ଆସୋସିଏସନ ଚଳଚ୍ଚିତ୍ର ଓ ଟିଭି ସିରିଏଲ ଟାଇଟେଲ ପଞ୍ଚିକରଣ କରିଥାନ୍ତି। ଏହି ପଞ୍ଚିକରଣ ସମୟରେ ଏକ ସା ଫର୍ମ ପୂରଣ କରାଯାଏ, ଏହାସହ ୧୮ ପ୍ରତିଶତ ଜିଏସଟି ଓ ୨୫୦ ଟଙ୍କା ଜମା କରିବାକୁ ପଡିଥାଏ। ଏହି ପଞ୍ଚିକରଣ କରୁଥିବା ବ୍ୟକ୍ତି ଚଳଚ୍ଚିତ୍ର ନିର୍ମାଣ କରିନଥାନ୍ତି, ବଂର ଏହାକୁ ନିର୍ଦ୍ଦେଶକଙ୍କୁ ବିକ୍ରି କରିଥାନ୍ତି। ସୂଚନାଯୋଗ୍ୟ ଯେ ଓରି ଚଳଚ୍ଚିତ୍ର ନିର୍ମାଣ କରାଯିବା ପରେ ଦେଶଭକ୍ତି ଉପରେ ବହୁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବିଭିନ୍ନ ନିର୍ଦ୍ଦେଶକ ମନୋବଳାଇ ଥିବା ଜଣାପଡିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories