www.samajalive.in
Monday, December 15, 2025
16.1 C
Bhubaneswar

କୃଷକ ଟ୍ରାକ୍ଟର ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା , ୨୦ ଚାଷୀ ନେତାଙ୍କୁ ନୋଟିସ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ନୂଆଦିଲ୍ଲୀରେ ହିଂସା ଘଟଣାରେ ଆଜି ଦିଲ୍ଲୀ ପୁଲିସ ୨୦ ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରିଛି। ଟ୍ରାକ୍ଟର ରାଲିର ସର୍ତ୍ତ ଖିଲାପ ଅଭିଯୋଗରେ ୨୦ ଜଣ କୃଷକ ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି। ଏହି ୨୦ ଜଣ କୃଷକ ନେତାଙ୍କୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।

- Advertisement -

ସେପଟେ ଚାଷୀ ନେତାମାନେ ହିଂସାକୁ ନେଇ ପାଲଟା ପୁଲିସ ଉପରେ ହିଁ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ରାଲି ପାଇଁ ପୁଲିସ ଯେଉଁ ରୁଟ ଚାର୍ଟ ଦେଇଥିଲା ତାହା ଅବୁଝା ଥିଲା। ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେଣୁ ଏଭଳି ହିଂସା ପଛରେ ପ୍ରଶାସନ ହିଁ ଦାୟୀ ବୋଲି ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି। ଯେଉଁମାନେ ଲାଲକିଲ୍ଲାରେ ପଶି ଉପଦ୍ରବ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ  ୨୨ଟି ମାମଲା ରୁଜୁ କରିଥିଲା। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଥିଲା।  କୃଷକମାନେ ଗତ ମଙ୍ଗଳବାର ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ।  ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ମଧ୍ୟ ଜାରି କରିବାକୁ କୁହାଯାଇଛି।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories