www.samajalive.in
Monday, December 15, 2025
17.1 C
Bhubaneswar

କାନାରା ବ୍ୟାଙ୍କର ନୂତନ ପରିସର ଉଦ୍‌‌ଘାଟିତ

ଡେସ୍କ: କାନାରା ବ୍ୟାଙ୍କ ତରଫରୁ ଏହାର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ମିଡ୍‌‌ କର୍ପୋରେଟ୍‌‌ ଶାଖାର ନୂତନ ପରିସର ଉଦ୍‌‌ଘାଟିତ ହୋଇଯାଇଛି। ଏହି ଉଦ୍‌‌ଘାଟନୀ ସମାରୋହରେ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାରଙ୍କ ସମେତ କାନାରା ବ୍ୟାଙ୍କ ରାଜ୍ୟ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ଉପସ୍ଥିତ ଥିଲେ। ସରକାରୀ କାର୍ଯ୍ୟପାଇଁ ଭୁବନେଶ୍ୱରରେ ଉପସ୍ଥିତ ଥିବା ଭବେନ୍ଦ୍ର କୁମାର ମହାପ୍ରବନ୍ଧକ ଜଗଦୀଶ ଚନ୍ଦରଙ୍କ ଉପସ୍ଥିତରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ-ଏମ୍‌‌ସିବି- ୨ର ନୂତନ ପରିସରକୁ ଉଦ୍‌‌ଘାଟନ କରିଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାର ବାଙ୍କିରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଶିବିରକୁ ସମ୍ବୋଧିତ କରି ମହିଳାମାନଙ୍କ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ଓ ଯୋଜନା ସଞ୍ଚୟ ବ୍ୟାଙ୍କ ଖାତା ଓ ରିକରିଂ ଡିପୋଜିଟ୍‌‌ ଯୋଜନା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ମଧ୍ୟ ପିଏମ୍‌‌ଜେଜେବିୱାଇ, ପିଏମଏସ୍‌‌ବିୱାଇ ଏବଂ ଏପିୱାଇ ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ମହିଳା ହିତାଧିକାରୀ ଅଂଶଗ୍ରହଣକାରୀଙ୍କୁ ଏହାର ସୁବିଧା ସମ୍ପର୍କରେ ବୁଝାଇ କହିଥିଲେ। ଏହି ଅବସରରେ ୧୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର ସିଏସ୍‌‌ଆର୍‌‌ ଅଂଶବିଶେଷ କିମ୍ସ ହସପିଟାଲକୁ ବ୍ୟାଙ୍କ ପକ୍ଷରୁ ଏକ ଉନ୍ନତ ମାନର ଆମ୍ବୁଲାନ୍ସ ପ୍ରଦାନ କରାଯାଇଥଲା। ବ୍ୟାଙ୍କର ଏହି ପଦକ୍ଷେପ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ କାନାରା ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories