www.samajalive.in
Tuesday, December 9, 2025
15.1 C
Bhubaneswar

କାନାରା ବ୍ୟାଙ୍କର ନୂତନ ପରିସର ଉଦ୍‌‌ଘାଟିତ

ଡେସ୍କ: କାନାରା ବ୍ୟାଙ୍କ ତରଫରୁ ଏହାର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ମିଡ୍‌‌ କର୍ପୋରେଟ୍‌‌ ଶାଖାର ନୂତନ ପରିସର ଉଦ୍‌‌ଘାଟିତ ହୋଇଯାଇଛି। ଏହି ଉଦ୍‌‌ଘାଟନୀ ସମାରୋହରେ କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାରଙ୍କ ସମେତ କାନାରା ବ୍ୟାଙ୍କ ରାଜ୍ୟ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ଉପସ୍ଥିତ ଥିଲେ। ସରକାରୀ କାର୍ଯ୍ୟପାଇଁ ଭୁବନେଶ୍ୱରରେ ଉପସ୍ଥିତ ଥିବା ଭବେନ୍ଦ୍ର କୁମାର ମହାପ୍ରବନ୍ଧକ ଜଗଦୀଶ ଚନ୍ଦରଙ୍କ ଉପସ୍ଥିତରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ-ଏମ୍‌‌ସିବି- ୨ର ନୂତନ ପରିସରକୁ ଉଦ୍‌‌ଘାଟନ କରିଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭବେନ୍ଦ୍ର କୁମାର ବାଙ୍କିରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଶିବିରକୁ ସମ୍ବୋଧିତ କରି ମହିଳାମାନଙ୍କ ପାଇଁ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ଓ ଯୋଜନା ସଞ୍ଚୟ ବ୍ୟାଙ୍କ ଖାତା ଓ ରିକରିଂ ଡିପୋଜିଟ୍‌‌ ଯୋଜନା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ମଧ୍ୟ ପିଏମ୍‌‌ଜେଜେବିୱାଇ, ପିଏମଏସ୍‌‌ବିୱାଇ ଏବଂ ଏପିୱାଇ ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ମହିଳା ହିତାଧିକାରୀ ଅଂଶଗ୍ରହଣକାରୀଙ୍କୁ ଏହାର ସୁବିଧା ସମ୍ପର୍କରେ ବୁଝାଇ କହିଥିଲେ। ଏହି ଅବସରରେ ୧୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର ସିଏସ୍‌‌ଆର୍‌‌ ଅଂଶବିଶେଷ କିମ୍ସ ହସପିଟାଲକୁ ବ୍ୟାଙ୍କ ପକ୍ଷରୁ ଏକ ଉନ୍ନତ ମାନର ଆମ୍ବୁଲାନ୍ସ ପ୍ରଦାନ କରାଯାଇଥଲା। ବ୍ୟାଙ୍କର ଏହି ପଦକ୍ଷେପ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ କାନାରା ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories