www.samajalive.in
Monday, December 15, 2025
16.1 C
Bhubaneswar

ଜିଓଭାରତ ମୋବାଇଲ୍ ମାଧ୍ୟମରେ ୪ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧ କୋଟି ଭାରତୀୟ

ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଛି। ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ଏକ କୋଟିରୁ ଅଧିକ ଗ୍ରାହକ ଜିଓଭାରତ ମାଧ୍ୟମରେ ୪ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଫୋନ୍ ବର୍ଗରେ ଜିଓଭାରତ ୪ଜି ଫୋନ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିଛି। ରିଲାଏନ୍ସର ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ସୁଲଭ ଜିଓଭାରତ ମୋବାଇଲ୍ ଯୋଗୁଁ, ୨ଜି ଏବଂ ୩ଜି ରୁ ୪ଜି କୁ ବଦଳୁଥିବା ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସହାୟକ ହେଉଛି। ପ୍ରାୟ ୨୫ କୋଟି ଗ୍ରାହକ ଏବେବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି |

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଂଶୀଦାର (ସେୟାରହୋଲ୍ଡର) ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଦେଶର ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଜିଓଭାରତ ଫୋନର ଶୁଭାରମ୍ଭ ହେଉଛି ଆଉ ଏକ  ବୈପ୍ଳବିକ ପଦକ୍ଷେପ। ୨ଜି ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଛି। ” ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଜିଓଭାରତ ଫୋନରେ ୟୁପିଆଇ ପେମେଣ୍ଟ, ଜିଓ ସିନେମା ଏବଂ ଜିଓ ଟିଭି ଭଳି ଆପ୍ ଏବଂ ଡିଜିଟାଲ୍ ଫିଚର୍ ରହିଛି । ଏହା ଏକ ଅତ୍ୟନ୍ତ ସୁଲଭ ମୋବାଇଲ ଯାହାକି ଉପଭୋକ୍ତାମାନଙ୍କୁ ସ୍ମାର୍ଟଫୋନ୍ ଭଳି କ୍ଷମତା ସମ୍ପନ୍ନ କରିଥାଏ । ଏହା ଉଚ୍ଚ ଗୁଣବତ୍ତାର ଭାଏସ ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରେ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories