www.samajalive.in
Sunday, December 7, 2025
26.1 C
Bhubaneswar

ନନ୍ଦନକାନନରେ ନୂଆ ଅତିଥି ; ମହୀଶୂରରୁ ଆସିଲେ ହଳେ ଧୂସର ଗଧିଆ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ହଳ ନୂଆ ଅତିଥି ଆସିଛନ୍ତି। ଶନିବାର ସକାଳ ୭ଟା ୪୫ରେ ମହୀଶୂରର ଶ୍ରୀରାମ ରାଜେନ୍ଦ୍ର ଜୁଲୋଜିକାଲ ପାର୍କରୁ ଅଢ଼େଇବର୍ଷ ବୟସର ୨ ମାଈ ଅଣ୍ଡିରା ଭାରତୀୟ ଧୂସର ରଙ୍ଗର ଗଧିଆ ଆସିଛନ୍ତି। ପ୍ରତିବଦଳରେ ନନ୍ଦନକାନନରୁ ଗୋଟିଏ ମାଈ ଓ ଦୁଇଟି ଅଣ୍ଡିରା କୁଟୁରା ପଠାଯାଇଛି। ଏହି ୩ଟି ଜନ୍ତୁଙ୍କୁ ନେଇ ୨୦ ତାରିଖରେ ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ଦେବବ୍ରତ ମାହାପାତ୍ରଙ୍କ ତତ୍ତ୍ୱାବଧାନରେ ଜନ୍ତୁ ଫରେଷ୍ଟର ସୁଧୀର ବେହେରା, ଜନ୍ତୁରକ୍ଷକ ଅର୍ଜୁନ ସାମଲ ଓ ପ୍ରଫୁଲ୍ଲ ବାଗ୍‍ଙ୍କ ସମେତ ୭ ଜଣିଆ ଦଳ ମହୀଶୂର ଯାତ୍ରା କରିଥିଲେ। ସେଠାରୁ ସେମାନେ ହଳେ ଭାରତୀୟ ଧୂସର ରଙ୍ଗର ଗଧିଆ ସାଙ୍ଗରେ ଆଣି ଶନିବାର ନନ୍ଦନକାନନରେ ପହଞ୍ଚିଛନ୍ତି। ପ୍ରଥମ ଥର ନନ୍ଦନକାନନକୁ ଭାରତୀୟ ଧୂସର ରଙ୍ଗର ଗଧିଆ ଆସିଲେ ବୋଲି ପ୍ରାଣୀ ଉଦ୍ୟାନ ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଧୂସର ଗଧିଆ ପହଞ୍ଚିବା ପରେ କ୍ୱାରେନ୍‍ଟାଇନ୍‍ରେ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories